Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କଲେ କୋଟବିଦ୍ୟାଧରପୁର ଗ୍ରାମବାସୀ
ଆଞ୍ଚଳିକ

ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କଲେ କୋଟବିଦ୍ୟାଧରପୁର ଗ୍ରାମବାସୀ

June 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦେଇ ସାରା ରାଜ୍ୟରେ ପ୍ରଶଂସାର ପାତ୍ର ହୋଇଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିର କୋଟବିଦ୍ୟାଧରପୁର ଗ୍ରାମରେ ଆଜି ପୁଣି ଏକ ସଂସ୍କାରମୂଳକ କାର୍ଯ୍ୟ  ନଜରକୁ ଆସିଛି । ଏହି ଗ୍ରାମର ଅଧିବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କରିଛନ୍ତି ।

କିଛି ଲୋକମାନେ ସରକାରୀ ରାସ୍ତାକୁ କବଜା କରିଵା ଫଳରେ ଜନସାଧାରଣ ବିଭିନ୍ନ ପ୍ରକାର ଯାତାୟତର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୋଟପୁର ଗ୍ରାମବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଅନେକ ଦିନ ଧରି ଗ୍ରାମର ରାସ୍ତା ସଂକୀର୍ଣ୍ଣ ହେଇଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିଛି ଦିନ ତଳେ ଗ୍ରାମର ଜଣେ ସ୍ବାସ୍ଥ୍ୟ କର୍ମୀ କୋଭିଡ ଆକ୍ରାନ୍ତ ହେବା ଫଳରେ ସଂପୂର୍ଣ୍ଣ ଗ୍ରାମକୁ କଂଟେନମେଣ୍ଟ କରାଯାଇ  ଗ୍ରାମକୁ ବିଶୋଧନ କରାଯାଇଥିଲା । ଏହି ସମୟରେ ରାସ୍ତା ସଂକୀର୍ଣ୍ଣ ଥିବାରୁ ଦମକଳ ଗାଡି ଗ୍ରାମ ଭିତରେ ପ୍ରବେଶ କରିବାକୁ ନେଇ ନାନା ସମସ୍ୟା ଦେଖାଦେଇଥିଲା। ତେଣୁ କଣ୍ଟେନମେଣ୍ଟ ସରିବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗ୍ରାମର ମୁଖ୍ୟ ସଡକକୁ ପ୍ରଶସ୍ତ କରିବାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଆଜି ଗ୍ରାମର ଯୁବକମାନେ ସକାଳୁ ଶାବଳ କୋଡି ଧରି ଏକତ୍ରିତ ହୋଇ ରାସ୍ତାର ଦୁଇ ପାର୍ଶ୍ବକୁ ପ୍ରଶସ୍ତ କରି ରାସ୍ତାକୁ ଚଉଡା କରିଛନ୍ତି । ଗ୍ରାମର ଯୁବକମାନଙ୍କ ଏତାଦୃଶ କାର୍ଯ୍ୟକୁ ଆଖପାଖ ଗ୍ରାମବାସୀମାନେ ବହୁତ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗ୍ରାମର ହର ପ୍ରସାଦ ରଥ , ସ୍ୱୟଂପଦ ଶତପଥୀ , ପ୍ରଭାସ ହୋତା , ଜଗଦୀଶ ଷଡ଼ଙ୍ଗୀ , ରବି ନାରାୟଣ ଶତପଥୀ , ସନ୍ତୋଷ କୁମାର ଷଡ଼ଙ୍ଗୀ , ତପନ କୁମାର ଶତପଥୀ , ସରୋଜ କୁମାର ହୋତା ,ରଞ୍ଜନ ଷଡ଼ଙ୍ଗୀ, ମିଲୁ, ଅମନ , ବବଲୁ, ପ୍ରମୋଦ ଶତପଥୀ, ପରେଶ ଦାସ ଓ ଗ୍ରାମବାସୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.