Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା
ଆଞ୍ଚଳିକ

ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା

June 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨0୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପଖି ଚାରି ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି। କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ କିଛି ମାସ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା। ସରକାର ଯଥା ଶୀଘ୍ର ଏଭଳି ଏକ ଗରିବ ପରିବାରଙ୍କୁ ବିନା ଲାଞ୍ଚରେ ଇନ୍ଦିରା ଆବାସ ଯୋଜନା କରାଇଦେବା ପାଇଁ ନିବେଦନ କରିଛନ୍ତି ରୀନା।

ଦୁର୍ନୀତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.