Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଡ଼ା ଆଭିମୁଖ୍ୟ: ଦେଢ ଘଣ୍ଟା ଭିତରେ ଅମାନିଆଙ୍କ ଠାରୁ ୧୨୫୦୦ଟଙ୍କା ଜରିମାନା ଆଦାୟ
ଆଞ୍ଚଳିକ

ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଡ଼ା ଆଭିମୁଖ୍ୟ: ଦେଢ ଘଣ୍ଟା ଭିତରେ ଅମାନିଆଙ୍କ ଠାରୁ ୧୨୫୦୦ଟଙ୍କା ଜରିମାନା ଆଦାୟ

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ଭୂତାଣୁ ସଂକ୍ରମଣ ସାରା ରାଜ୍ୟରେ ବଢିବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନକୁ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟସରକାରଙ୍କ ଏପରି ନିର୍ଦ୍ଦେଶକୁ କଡାକଡି କରିବାପାଇଁ ବାଲୁଗାଁ ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଗେଇ ଆସିଛନ୍ତି। ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କେତେ ଜଣ ଅମାନିଆ ପ୍ରଶାସନକୁ ଭ୍ରୁକ୍ଷେପ କରୁନାହାନ୍ତି।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ରୂପେ ପାଳନ କରି ଏହାର ସଫଳ ରୁପୟାନ କରୁଛନ୍ତି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା।

ଗତକାଲି ପୂର୍ବାହ୍ନ ସାଢେ ୧୧ଟାରେ ବାଲୁଗାଁ ସହରର ବିଭିନ୍ନ ବଜାର ଯଥା ଚିଲିକା ରୋଡ, ମାଛ ମାର୍କେଟ, ଗାନ୍ଧୀ ଛକ, ଆଇ.ବି ରୋଡ଼ ଆଦି ସ୍ଥାନାମାନଙ୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ  ହଠାତ୍‌ ପହଞ୍ଚି ଚେକିଂ କରିଥିଲେ। ତାଙ୍କ ସାଙ୍ଗରେ ଏନ.ଏ.ସି ଟିମ ନେଇ ସବୁ ଦୋକାନ ବଜାର, ଛକ ଆଦିରେ କରିଥିଲେ କଡ଼ାକଡ଼ି ଚେକିଂ। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବି ଜନସାଧାରଣ ମାନେ ମାସ୍କ ପିନ୍ଧୁନାହାନ୍ତି ଏବଂ ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟନିର୍ବାହୀ ଅଧିକାରୀ ପାଖାପାଖି ଦେଢ଼ ଘଣ୍ଟା ଚେକିଂ ରେ ୨୫ ଜଣଙ୍କଠୁ ୧୨୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।

ବିଗତ କିଛି ଦିନ ହେବ ପ୍ରତ୍ୟେକ ଦିନ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପରି ଚେକିଂ ଜାରି ରଖିଛନ୍ତି ଏବଂ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ କହି ଜନସାଧାରଣଙ୍କୁ ବାରମ୍ବାର ନିବେଦନ କରୁଛନ୍ତି। ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଅମାନିଆ ଆଇନ ଉଲଙ୍ଘନ କରି ତଣ୍ଡ ଗଣୁଛନ୍ତି। ଏଥିସହ ବାଲୁଗାଁ ସହରର ପ୍ରମୁଖ ସମସ୍ୟା ଗୁଡିକୁ ଯଥାଶୀଘ୍ର ସୁଧାରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ବଦ୍ଧପରିକର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ ଏଥିରେ ଗଣମାଧ୍ୟମ ଓ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସହ ଉକ୍ତ ଚେକିଂ ର ବାଲୁଗାଁ ଏନ.ଏ.ସି ଟାକ୍ସ କଲେକ୍ଟର ଅନନ୍ତ ପଟ୍ଟନାୟକ, ସ୍ଵଚ୍ଛସାଥି ସୁପରଭାଇଜର ଉଷାରାଣୀ ମିଶ୍ର ଏବଂ ସମସ୍ତ ଏନ.ଏ. ସି ଷ୍ଟାଫ ଏବଂ ସ୍ଵଚ୍ଛସାଥିମାନେ ଉପସ୍ଥିତ ଥିଲେ।

ଏନ୍‌ଏସି ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.