Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଣିଜଙ୍ଗା ଜଳସେଚନ ବିଭାଗର ଠିକାଦାର ପ୍ରୀତି, ୧୨ ନଂ ଶାଖା କେନାଲ ସଫେଇ ନାଁରେ ଜାଲ୍ ବିଲ୍ କରିବାକୁ ଉଦ୍ୟମ, ତଦନ୍ତ ଦାବି
ଆଞ୍ଚଳିକ

ମଣିଜଙ୍ଗା ଜଳସେଚନ ବିଭାଗର ଠିକାଦାର ପ୍ରୀତି, ୧୨ ନଂ ଶାଖା କେନାଲ ସଫେଇ ନାଁରେ ଜାଲ୍ ବିଲ୍ କରିବାକୁ ଉଦ୍ୟମ, ତଦନ୍ତ ଦାବି

July 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ମଣିଜଙ୍ଗା ଜଳସେଚନ ବିଭାଗରେ ମହାଦୁର୍ନୀତିର ଅଭିଯୋଗ। ଠିକାଦାରଙ୍କ ପ୍ରେମରେ ବିଭାଗୀୟ ଯନ୍ତ୍ରୀମାନେ ଉବୁଟୁବୁ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତିର୍ତ୍ତୋଲ ବ୍ଳକ ଅଧିନସ୍ଥ ନୂଆପଡ଼ା ଠାରୁ ମୁଖ୍ୟ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ ନଂ କେନାଲ ଭିତର ସଫେଇ ନାଁରେ କେତେକ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ଏହି ୧୨ନଂ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡିକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ସଫେଇ ନକରି ବିଭାଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଜାଲ୍ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ନେଇ ଅଭିଯୋଗ ହେବା ପରେ କେନାଲ ଭିତର ଫଟୋ ସହ ଖବର ପ୍ରସାର ହେବା ପରେ ଦୁର୍ନୀତି ଚପାଇବାକୁ ଯାଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ଉକ୍ତ କେନାଲରେ ପାଣି ଛାଡି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଟେଣ୍ଡର ନେଇଥିବା କେତେକ ଠିକାଦାର ଉକ୍ତ ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ କେନାଲ ଭିତରେ ସ୍ଥାନେ ସ୍ଥାନେ ଜେସିବି ଆମ୍ପୁଡା ଚିହ୍ନ ଥିବା ବେଳେ କେନାଲ୍ ଭିତର ଦୁଇକଡ ସାରା ଘାସ ଜଙ୍ଗଲ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି। ଏମିତିକି ଉକ୍ତ ୧୨ନଂ କେନାଲର ଗୁଣ୍ଠିଲୋ ପୋଲ ପାଖରୁ ବାହାରିଥିବା ୧୨/ଏଫ୍ ଶାଖା କେନାଲକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ଦୁଇପାଖ ବିଲକୁଲ ସଫେଇ ନକରି କେନାଲ ଭିତରେ ଖାଲି ଜେସିବି ମେସିନ୍ ଚଲାଇ ନେଇଥିବା ଦେଖିବାକୁ ମିଳିବା ସହ କେନାଲ୍ ଭିତରେ ଦୁଇକଡରେ ଘାସ ଜଙ୍ଗଲ ହୋଇଥିବା ବେଳେ କୌଣସି ସ୍ଥାନରେ ଟିକେବି ଜେସିବିରେ ଆମ୍ପୁଡା ହୋଇଥିବା ଦାଗ ମଧ୍ୟ ଦେଖିବାକୁ ମିଳିନଥିଲା।

ଠିକା କାର୍ଯ୍ୟର ତଦାରଖ କରିବାକୁ ଥରେ ବି ବିଭାଗୀୟ ଯନ୍ତ୍ରୀଙ୍କ ପାଦ ପଡିନାହିଁ ବୋଲି ସ୍ଥାନୀୟ ଚାଷୀ କହୁଛନ୍ତି। ଏମିତିକି ଶୁଣିବାକୁ ମିଳୁଛି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର ଉକ୍ତ କେନାଲ ଭିତରକୁ ମୋଟେ ସଫେଇ ନକରି ବିଲ୍ କରିବାକୁ ଉଦ୍ୟମ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି, ଯାହାକି ଫଟୋ ସହିତ ଖବର ପ୍ରସାର ହୋଇଥିଲା।

ବିଭାଗ ପକ୍ଷରୁ ତଦନ୍ତ ହେବା ତ ଦୂରର କଥା ତରବରିଆ ଭାବେ ଉକ୍ତ କେନାଲ ସଫେଇ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ଠିକାଦାରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ମଣିଜଙ୍ଗା ଜଳସେଚନ ବିଭାଗ ଉକ୍ତ କେନାଲରେ ପାଣି ଛାଡି ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଶାଖା ୧୨ନଂ କେନେଲ ସମେତ ଉକ୍ତ କେନାଲରୁ ଅରଡଙ୍ଗ ପୋଲ ପାଖରୁ ବାହାରିଥିବା ୧୨ନଂ/ଇ ଶାଖା କେନାଲ ସଫେଇ ଓ ପଣୁସଗଡା ପୋଲଠାରୁ ବାହାରିଥିବା ୧୨ନଂ/ଏଫ୍ ଶାଖା କେନାଲ ସଫେଇ କାର୍ଯ୍ୟକୁ ନେଇ ମଧ୍ୟ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହି କେନାଲ ଗୁଡିକର ସଫେଇ କାର୍ଯ୍ୟ ସଠିକ୍ ହେଉନଥିବାରୁ ପାଣି କେନାଲର ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ଉକ୍ତ ୧୨ନଂ କେନାଲ ସହ ଶାଖା କେନାଲ ଗୁଡିକର ସଫେଇ କାର୍ଯ୍ୟ ଠିକାଦାର ମାନଙ୍କ ପାଇଁ ପାଲଟିଛି ଲେଉଟିଆ କିଆରୀ ବୋଲି ଚର୍ଚ୍ଚା ହେଉଛି। ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ବିଭାଗ ଏପରି କାର୍ଯ୍ୟକୁ ଆଖିବୁଜି ଦେଉଥିବା କୁହାଯାଉଛି। ଉକ୍ତ କାର୍ଯ୍ୟକୁ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ କରାଗଲେ କିଛି ଯନ୍ତ୍ରୀଙ୍କ କାରନାମାର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି ଉକ୍ତ କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବୀ ହେଉଛି।

ଜଗତସିଂପହୁର ଜିଲ୍ଲାପାଳ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026
Latest News

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.