
ପିଣ୍ଟୁ ବିଷୋୟୀ
ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।