
ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ ଦାୟିତ୍ତ୍ଵ ଦେଇଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ସୁଚାରୁ ରୂପେ ନିଜ ଦାୟିତ୍ତ୍ଵ ତୁଲାଇଥିବା ବେଳେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ନେବାପରେ ଜନସେବାରେ ନିଜକୁ ମନନିବେଶ କରିଛନ୍ତି।
ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଜିଲ୍ଲା ପରିଷଦ ବୈଠକରେ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କ ପ୍ରତିନିଧି ରୂପରେ ଯୋଗଦେବେ। ଏନେଇ ଡ଼ଃ.ପାତ୍ର ଚିଠି ସଂଖ୍ୟା ୩୧୯/୧୪/୨୦ରେ ଏକ ଲିଖିତ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।
ଏହାକୁ ନେଇ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ପୂର୍ବତନ ସାଂସଦ ପ୍ରତିନିଧି ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ପାତ୍ର, କିଶୋର ଚନ୍ଦ୍ର ପାତ୍ର, ସମବାୟବିତ କୈଳାଶ ରଣା, ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ପ୍ରମୁଖ ନୂତନ ରୂପରେ ଚୟନ ହୋଇଥିବା ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।