Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ଗସ୍ତରେ ଜିଲ୍ଲା ଅଧିକାରୀଗଣ: ଜିରୋ କୋଭିଡ ଲକ୍ଷ ନେଇ ମାରଥନ ବୈଠକ
ଆଞ୍ଚଳିକ

ଚିଲିକା ଗସ୍ତରେ ଜିଲ୍ଲା ଅଧିକାରୀଗଣ: ଜିରୋ କୋଭିଡ ଲକ୍ଷ ନେଇ ମାରଥନ ବୈଠକ

September 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତ କିଛି ଦିନ ହେଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କମୁଥିଲେ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପୃଥକ ପୃଥକ ଭାବେ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ।

ଉପଜିଲ୍ଲାପାଳ ଅପରାହ୍ନ ୩ ଘଟିକାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏକ ବୈଠକ ନେଇଥିଲେ। ଉକ୍ତ ବୈଠକରେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ (ଉଭୟ ହୋମ ଆଇସୋଲେସନ ଏବଂ ହସ୍ପିଟାଲରେ ଚିକିତ୍ସିତ) ସଂପୂର୍ଣ୍ଣ ତଥ୍ୟ ରଖିବା ସହ ବରାବର ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୋଭିଡ ସଂଖ୍ୟା ଚିଲିକା ବ୍ଲକରେ କିପରି ଶୂନକୁ ଖସିବ ସେ ନେଇ ବହୁ ରଣନୀତି କରିବା ସହ ଏନ୍ଫୋର୍ସମେଣ୍ଟ ଙ୍କୁ ଆହୁରି କଡାକଡି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ପ୍ରତି ଗ୍ରାମ ପଞ୍ଚାୟତର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାପରେ ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ଗସ୍ତ କରି ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ୧୧ ଗୋଟି ୱାର୍ଡ ପାଇଁ ୧୪ ଜଣ କରୋନା ସେବକମାନଙ୍କୁ ନିଯୁକ୍ତି ଦେଇଥିଲେ। ଉକ୍ତ କରୋନା ସେବକମାନେ ନିଜ ନିଜ ୱାର୍ଡରେ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ ଉତ୍ସାହିତ କରିବା ସହ ହୋମ ଆଇସୋଲେସନରେ ଥିବା ପଜିଟିଭ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବେ। ସେମାନେ ଏନ.ଏ.ସି ପ୍ରଶାସନକୁ ଏନ୍ଫୋର୍ସମେଣ୍ଟ ରେ ମଧ୍ୟ ସହଯୋଗ କରିବେ। ଏହାପରେ ଖୋଦ ଉପଜିଲ୍ଲାପାଳ କରୋନା ସେବକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଏବଂ ଅନ୍ୟ କର୍ମଚାରୀମାନଙ୍କ ସହ ବାଲୁଗାଁ ସହରରେ ଏନ୍ଫୋର୍ସମେଣ୍ଟ ପାଇଁ ବାହାରିଥିଲେ ଏବଂ ଅମାନିଆଙ୍କଠୁ ଜରିମାନା ମଧ୍ୟ ଆଦାୟ କରିଥିଲେ। ଆଜି ବାଲୁଗାଁ ଏନ.ଏ.ସି ରୁ ୭୨୦୦ ଟଙ୍କା କୋଭିଡ ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

ଅନୁରୂପ ଭାବେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର ପହଁଚି ପ୍ରଥମେ ବାଣପୁର ଡାକ୍ତରଖାନା ପରିଦର୍ଶନ କରି ସେଠାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ସହ କୋଭିଡ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହାପରେ ଅପରାହ୍ନ ୪ ଘଟିକାରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା କମିଥିବାରୁ ସ୍ଥାନୀୟ ପ୍ରଶାସନ ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ ଏବଂ ପଜିଟିଭ ବ୍ୟକ୍ତି (ଉଭୟ ହୋମ ଆଇସୋଲେସନ ଏବଂ ମେଡିକାଲ ରେ ଚିକିତ୍ସାତ )ମାନଙ୍କ ସମ୍ପୂର୍ଣ ବିବରଣୀ ରଖିବା ସହ ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, କଣ୍ଟେନମେଣ୍ଟ ଜୋନରେ ନିୟମଗୁଡିକୁ ଠିକ ଭାବେ ପାଳନ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା, ବିଡ଼ିଓ ଡ଼ା ଶୁଭଶ୍ରୀ ତ୍ରିପାଠୀ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ। ବୈଠକ ସମାପ୍ତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବାଣପୁର ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ ଏବଂ କୋଭିଡ ନିୟମ ତଦାରଖ କରିଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିଜେ ୨୫୦୦ ଟଙ୍କା କୋଭିଡ ଜରିମାନା ଆଦାୟ କରିଥିଲେ। ହେଲେ ଆଜି ସମୁଦାୟ ତହସିଲରୁ ୯୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ତହସିଲଦାର। ସେହିପରି ବାଣପୁର ପୋଲିସ ଦ୍ୱାରା ୭୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଆଇ.ଆଇ.ସି।

ଅପରପକ୍ଷରେ ଆଜି ବାଣପୁର ଏନ.ଏ.ସି ର ଦୁଇ କର୍ମଚାରୀ କରୋନା ପଜିଟିଭ ହେବାରୁ ଏନ.ଏ.ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପାଇଁ ଦୁଇ ଦିନ ବନ୍ଦ କରାଯାଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଆଜି ଏନ.ଏ.ସି କାର୍ଯ୍ୟାଳୟ ଏବଂ ବାଣପୁର ମେଡିକାଲକୁ ସାନିଟାଇଜ ମଧ୍ୟ କରାଯାଇଅଛି। ଏତଦବ୍ୟତୀତ ଗତ ପାଞ୍ଚ ଦିନ ହେଲା ଏନ.ଏ.ସି ରୁ କେହି ପଜିଟିଭ ଚି଼ହ୍ନଟ ହୋଇନାହାନ୍ତି ଯାହା ଏକ ଆଶ୍ବସ୍ତିକର ଖବର ଏବଂ ଆଜିକାଦିନରେ ଏନ.ଏ.ସି ରେ ମାତ୍ର ୧୧ ଗୋଟି ଆକ୍ଟିଭ କେସ ଅଛି ଓ ସେମାନେ ସବୁ କରୋନା ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଏନ.ଏ.ସି ତରଫରୁ ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଆଜି କୋଭିଡ ଜରିମାନା ୫୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଅଶୋକ କୁମାର ବେହୁରିଆ ଚିଲିକା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.