Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାମାନ୍ୟ ବର୍ଷାରେ ଜଳବନ୍ଦୀ ବାଣପୁର ସହରବାସୀ: କୁମ୍ଭକର୍ଣ୍ଣ ନିଦ୍ରାରେ ପି.ଡବ୍ଲୁ.ଡ଼ି ବିଭାଗ
ଆଞ୍ଚଳିକ

ସାମାନ୍ୟ ବର୍ଷାରେ ଜଳବନ୍ଦୀ ବାଣପୁର ସହରବାସୀ: କୁମ୍ଭକର୍ଣ୍ଣ ନିଦ୍ରାରେ ପି.ଡବ୍ଲୁ.ଡ଼ି ବିଭାଗ

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ପରି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳ ପାଖାପାଖି ଅଧ ଘଣ୍ଟା ବର୍ଷା ହେବା ଫଳରେ ବାଣପୁର ବଜାର ରାସ ମଣ୍ଡପ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଜମି ରହିଥିଲା ଫୁଟେ ଫୁଟେ ପାଣି। ପାଣି ସାହି ଛକରୁ ଗାଲୁଆ ଛକ ଏବଂ ପାଣ୍ଡିରିପଦର ଛକରୁ ଚିଆଁଙ୍କସାହି ଛକ ଯାଏଁ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ପାଣି। ଯାହାଫଳରେ ଦୀର୍ଘ ଘଣ୍ଟା ପାଇଁ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ।

ତେବେ ପାଣି ସାହି ଠାରୁ ଗାଲୁଆ ଛକ ମଧ୍ୟରେ ବାଣପୁର ଥାନା, ମେଡିକାଲ, ଏନ.ଏ.ସି କାର୍ଯ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ନେହେରୁ ସେବା ସଙ୍ଘ ପରି ବହୁ ଗୁରୁତ୍ୱପୂର୍ଣ ଅନୁଷ୍ଠାନ ଅବସ୍ଥାପିତ ହୋଇଥିବାବେଳେ ସେପଟେ ଚିଆଁଙ୍କସାହି ଛକଠାରୁ ଅନତିଦୂରରେ ବାଣପୁର ବ୍ଲକ, ତହସିଲ, ସବ ରେଜିଷ୍ଟର କାର୍ଯ୍ୟାଳୟ, କୋର୍ଟ ଆଦି ବହୁ ଗୁରୁତ୍ୱପୂର୍ଣ ସରକାରୀ କାର୍ଯ୍ୟାଳୟ ଅବସ୍ଥିତ। ଏହା ସତ୍ତ୍ୱେ ସରକାରୀ ବାବୁମାନଙ୍କୁ ଅବା ବିଭାଗୀୟ ଅଧିକାରୀଙ୍କୁ ଏପରି ଗୁରୁତର ସମସ୍ୟା କିପରି ଦେଖାଯାଉନାହିଁ ? ଆଜି ବୋଲି ନାହିଁ ଦୀର୍ଘ ବର୍ଷ ହେଲା ଏପରି ସମସ୍ୟା ସହରରେ ଲାଗିରହିଛି ଏବଂ ଅଭିଯୋଗ ମଧ୍ୟ ହେଉଛି ତଥାପି ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ରହୁଛି।

ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ମୁଖ୍ୟ ରାସ୍ତାରେ ଜମିରହିବାରୁ ଛୋଟ ବଡ଼ ଦୁର୍ଘଟଣା ହେବା ସହ ଜନସାଧାରଣମାନେ ଉକ୍ତ ଜଳ ମଧ୍ୟ ଦେଇ ଯାତାୟାତ କରିବାରୁ ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ବ୍ୟାପିବା ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କ ଜୀବନକୁ ଗୁରୁତ୍ୱ ଦେଇ ସଫା ସୁତୁରା ରହିବାକୁ ବାରମ୍ବାର ଡିଣ୍ଡିମ ପିଟୁଥିବା ବେଳେ ଏଠି ପି.ଡବ୍ଲୁ.ଡ଼ି ପ୍ରଶାସନର ଦାଇତ୍ୱହୀନତା ଓ ଅପାରଗତା ପଦାରେ ପଡ଼ିଛି।

ଏ ନେଇ ଆମ ପ୍ରତିନିଧି ପି.ଡବ୍ଲୁ.ଡ଼ି ସହକାରୀ ଯନ୍ତ୍ରୀ, ଟାଙ୍ଗୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ସେ ଉକ୍ତ ଅଭିଯୋଗ ପୂର୍ବରୁ ତାଙ୍କ ନିକଟକୁ ଆସିନଥିବାର ପ୍ରକାଶ କରିଥିଲେ।  ଏହା ସହ ସହର ମୁଖ୍ୟ ରାସ୍ତାରେ ମାତ୍ରା ଚାରି ଶହ ମିଟର ଡ୍ରେନେଜ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ଏବଂ ଆଗକୁ ବର୍ଷା ଦିନପରେ ଡ୍ରେନେଜ ନିର୍ମାଣ କାମ ଆରମ୍ଭ ହେବା ସହ ଡ୍ରେନେଜ ନିର୍ମାଣ ହେବା ସ୍ଥାନ ଗୁଡ଼ିକରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି।

ହେଲେ ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ବର୍ଷା ଲାଗିରହୁଛି। ଏପରିକି ଆଗକୁ ବାତ୍ୟାର ସମ୍ଭାବନା ଥିବାରୁ ଯଥାଶୀଘ୍ର ଜଳ ନିଷ୍କାସନ ପାଇଁ କି ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧି ପଚାରିଥିଲେ। ଖୁବ ଶୀଘ୍ର ସହରରେ ପ୍ରାଥମିକ ପର୍ଯ୍ୟାୟରେ ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ଠିକା ନେଇଥିବା ଜନୈକ ଏଜେନସିକୁ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଶ୍ରୀ ଚୌଧୁରୀ ଉତ୍ତର ରଖିଥିଲେ।

କୁମ୍ଭକର୍ଣ୍ଣ ନିଦ୍ରା ଜଳବନ୍ଦୀ ବାଣପୁର ସାମାନ୍ୟ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.