Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ନାରୀ ଶିକ୍ଷାର ଅଗ୍ରଣୀ ମହାନାୟିକା ସାବିତ୍ରୀ ବାଇ ଫୁଲେ
ବ୍ୟକ୍ତିତ୍ୱ

ନାରୀ ଶିକ୍ଷାର ଅଗ୍ରଣୀ ମହାନାୟିକା ସାବିତ୍ରୀ ବାଇ ଫୁଲେ

January 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଓ ସମାଜ ସୁଧାରକ ସାବିତ୍ରୀ ଦେବୀ ଫୁଲେଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୮୩୧ ମସିହା ମହାରାଷ୍ଟ୍ର ସ୍ଥିତ ସାତାରା ଗାଁ ର ନାଇଗାଁରେ  ହୋଇଥିଲା। ସାବିତ୍ରୀ ବାଇ ପ୍ରଥମ ୧୫୦ ବର୍ଷ ପୂର୍ବେ ମହିଳାଙ୍କର ପୁରୁଷଙ୍କ ଭଳି ସମାନ ଅଧିକାର ପାଇଁ ଲଢେଇ କରିଥିଲେ। ସେ ବ୍ରିଟିଶ ଅମଳରେ ମହିଳାଙ୍କ ଶିକ୍ଷା ଉପରେ ଜୋର ଦେଇଥିଲେ। ସେ କେବଳ ମହିଳାଙ୍କ ପାଇଁ ନୁହେଁ ଶିଶୁ ହତ୍ୟା ରୋକିବା ଦିଗରେ ମଧ୍ୟ କାମ କରିଥିଲେ। ସେ କନ୍ୟା ଶିଶୁମାନଙ୍କ ପାଇଁ ଆଶ୍ରମ ମଧ୍ୟ ଖୋଲିଥିଲେ।  ଏହି ଆଶ୍ରମ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କ ସନ୍ତାନଙ୍କ ଜନ୍ମ ଓ ଲାଳନ ପାଳନ କରିବା ଦିଗରେ କାମ କରୁଥିଲା ।

ସାବିତ୍ରୀ ବାଇ ଫୁଲେ ୧୨ ବର୍ଷରେ ଜ୍ୟୋତିବା ଫୁଲେଙ୍କୁ ବିବାହ କରିଥିଲେ। ଜ୍ୟୋତିବା ଫୁଲେ ଜଣେ ସମାଜସେବକ ସହ ଲେଖକ ମଧ୍ୟ ଥିଲେ।  ଜ୍ୟୋତିବା ଫୁଲେ ଦେଶର ସ୍ତ୍ରୀଙ୍କୁ ଶିକ୍ଷିତ କରିବା ତଥା ତାଙ୍କର ନିଜସ୍ଵ ଏକ ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ  ୧୮୫୪ ମସିହାରେ ଏକ ବିଦ୍ୟାଳୟ ଖୋଲିଥିଲେ। ଏହି ବିଦ୍ୟାଳୟରେ ପଢାଇବା ପାଇଁ କେହି ଶିକ୍ଷୟିତ୍ରୀ ନ ମିଳିବାରୁ ସେ ନିଜେ ତାଙ୍କ ପତ୍ନୀ ସାବିତ୍ରୀ ଦେବୀଙ୍କୁ ଏଥିପାଇଁ ଜଣେ ଯୋଗ୍ୟ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତ କରିଥିଲେ ।

ସାବିତ୍ରୀ ବାଇ ଭାରତ ର ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପାଠ ପଢ଼ାଇବା ପ୍ରାରମ୍ଭରୁ ଅନେକ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଧୈର୍ୟ ହରା ହୋଇନଥିଲେ। ସେ ମହିଳା ତଥା କନ୍ୟା ମାନଙ୍କୁ ଶିକ୍ଷିତ କରିବାକୁ ଚାହୁଁଥିବାରୁ, ସେ ଯାଉଥିବା ରାସ୍ତା ରେ ଲୋକମାନେ ତାଙ୍କୁ ବିରୋଧ ପୂର୍ବକ ତାଙ୍କ ଉପରକୁ ମଇଳା, କାଦୁଅ, ଗୋବର ଆଦି ଫିଙ୍ଗୁଥିଲେ। ସେଥିପାଇଁ ସେ ସର୍ବଦା ନିଜ ସାଙ୍ଗରେ ଏକ ଶାଢୀ ଧରି ଯାଉଥିଲେ।  ସେ କେବଳ ମହିଳା ଶିକ୍ଷା ନୁହେ ବରଂ ସେ ସବୁ ଜାତି ତଥା ଆଦିବାସୀ  କନ୍ୟା ମାନଙ୍କୁ ଶିକ୍ଷିତ କରିବା ଦିଗରେ ସ ବିଶେଷ ଧ୍ୟାନ ଦେଇଥିଲେ। 

କେବଳ ଶିକ୍ଷା ନୁହେଁ ସାବିତ୍ରୀ ଦେବୀ ରୋଗୀଙ୍କ ସେବାକୁ ନିଜର ବ୍ରତ ବୋଲି ଧରିନେଇଥିଲେ। ଫୁଲେ ଦମ୍ପତ୍ତି ଏକ ବିଧବା ବ୍ରାହ୍ମଣ ପିଲାକୁ ନିଜର ପୋଷ୍ୟ ସନ୍ତାନ କରିଥିଲେ। ସେ ତାଙ୍କ ପୁଅ ସହ ମିଶି ଏକ ହସ୍ପିଟାଲ ଖୋଲିଥିଲେ। ଯେଉଁଠି ନିଜେ ସାବିତ୍ରୀ ବାଇ ପ୍ଲେଗ ରୋଗୀଙ୍କ ସେବା କରୁଥିଲେ। ଏହି ରୋଗୀଙ୍କ ସେବା କରୁ କରୁ ତାଙ୍କୁ ମଧ୍ୟ ଏହି ରୋଗ ହୋଇଯାଇଥିଲା। ସେ ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁ ବରଣ କରିଥିଲେ।

ଜଣେ ସୃଜନଶୀଳ ଲେଖିକା ଭାବେ ସାବିତ୍ରୀ ବାଇ ବହୁତ ଗୁଡିଏ କବିତା ଲେଖିଛନ୍ତି।‘କାବ୍ୟ ଫୁଲେ’ ଓ ବାବନ କାଶୀ ସୁବୋଧ ରତ୍ନାକର’ନାମରେ ଦୁଇଟି ସଂକଳନ ରହିଛି। ଏହି ମହାନ ମହିଳାଙ୍କ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପୁନେ ବିଶ୍ୱବିଦ୍ୟାଳୟ  ତାଙ୍କ ନାମରେ ଏହି ବିଦ୍ୟାଳୟକୁ ନାମକରଣ କରାଯାଇଛି। ସେହିପରି ତାଙ୍କ ନାମରେ ୧୯୮୮ ମସିହା ମାର୍ଚ ୧୦ ତାରିଖରେ ଭାରତୀୟ ଡାକ ଗୋଟେ ଷ୍ଟାମ୍ପ ର ପ୍ରଚଳନ ମଧ୍ୟ କରାଯାଇଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.