ଡକ୍ଟର ପରାଶର ମହାନ୍ତି ପାଇଲେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର

Published: Oct 12, 2021, 12:04 am IST

ଭୁବନେଶ୍ୱର: ଭାରତୀୟ ବୈଷୟକି ପ୍ରତିଷ୍ଠାନ (ଆଇଆଇଟ)ର ଗଣତ ଓ ପରିସଂଖ୍ୟାନ
ବିଭାଗ, କାନପୁର, ଉତ୍ତର ପ୍ରଦେଶଠାରେ ପ୍ରଫେସର ରୂପ କାର୍ଯ୍ୟରତ ଡକ୍ଟର ପରାଶର ମହାନ୍ତି ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର-୨୦୨୧ ଲାଭ କରିଛନ୍ତି । ଏପରି ବିରଳ କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ।

ଭାରତୀୟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ଶିକ୍ଷାଦାନର ମାନକୁ ସ୍ୱୀକୃତି ଦେବା ସହ ଶିକ୍ଷାଦାନର ଗୁଣବତ୍ତା ମୂଲ୍ୟାୟନ ତଥା ନିରବଚ୍ଛିନ୍ନତା ଦିଗରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ( ଆଇଏନ୍‌ଏସ୍‌ଏ ) ଦ୍ୱାରା ଉକ୍ତ ପୁରସ୍କାରର ଆରମ୍ଭ କରାଯାଇଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯେଉଁ ଶିକ୍ଷକମାନେ ଛାତ୍ରମାନଙ୍କ କ୍ୟାରିଅରକୁ ଆଗେଇ ନେବାରେ ମାର୍ଗଦର୍ଶନ କରିବା ସହ ସେମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିଛନ୍ତି, ସେମାନଙ୍କ ନିଷ୍ଠାପର ବୃତ୍ତିକୁ ସ୍ୱୀକୃତି ଦେବା ଏବଂ ସେହି କୃତି ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଲକ୍ଷ୍ୟ ଅଟେ ।

ମେଡିକାଲ ଏବଂ ଇଂଜିନିୟରିଂ ବିଜ୍ଞାନ ସମେତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରତ୍ୟେକଟି
ବିଭାଗ ଉକ୍ତ ପୁରସ୍କାର ଅଧିନରେ ଆସିଥାଏ । ବର୍ଷରେ ୧୫ ଟି ପର୍ଯ୍ୟାୟରେ ପୁରସ୍କାର ଦେବାର ବ୍ୟବସ୍ଥା ଏଥିରେ ରହିଛି । ଏପରି ମର୍ଯ୍ୟଦା ପୂର୍ଣ୍ଣ ପୁରସ୍କାର ଘୋଷଣା କରି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଗାଣିତିକ ଡକ୍ଟର ପରାଶର ମହାନ୍ତିଙ୍କ ଉଚ୍ଚମାନର ଗବେଷଣା ଏବଂ ଉତ୍ସାହ ପ୍ରଦ ଶିକ୍ଷାଦାନକୁ ସ୍ୱୀକୃତି ଦେଇଛି ।

Related posts