Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଭୁବନେଶ୍ବରରେ ନାଟକ ଉତ୍ସବ: ମଞ୍ଚସ୍ଥ ହେଲା କୁନ୍ତଳା କୁମାରୀଙ୍କ ଜୀବନୀ ଆଧାରିତ ‘ଶେଫାଳିର ମହକ’
ବ୍ୟକ୍ତିତ୍ୱ

ଭୁବନେଶ୍ବରରେ ନାଟକ ଉତ୍ସବ: ମଞ୍ଚସ୍ଥ ହେଲା କୁନ୍ତଳା କୁମାରୀଙ୍କ ଜୀବନୀ ଆଧାରିତ ‘ଶେଫାଳିର ମହକ’

December 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ନାଟକ ଉତ୍ସବ: ମଞ୍ଚସ୍ଥ ହେଲା କୁନ୍ତଳା କୁମାରୀଙ୍କ ଜୀବନୀ ଆଧାରିତ ‘ଶେଫାଳିର ମହକ’

ଭୁବନେଶ୍ୱର: ଗଙ୍ଗଶିଉଳି ରାତିରେ ଫୁଟି ସକାଳକୁ ଝଡ଼ିଯାଇଥାଏ ସତ ମାତ୍ର ରାତିକ ମଧ୍ୟରେ ତା’ର ମହକରେ ଖେଳିଯାଏ ଚତୁର୍ଦିଗ। ସେହି ଗଙ୍ଗଶିଉଳିକୁ ନେଇ ‘ଶେଫାଳି ପ୍ରତି’ କବିତାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଭାବପୂର୍ଣ୍ଣ ପଦପଂକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ।

ମାତ୍ର ୩୭ ବର୍ଷର ଆୟୁଷ ନେଇ ଆସିଥିବା ଏହି ମହିୟସୀ ନାରୀ ଜଣକ ଏକଧାରରେ ଥିଲେ କବି, ସମାଜସେବୀ, ସଂଗ୍ରାମୀ ଓ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ସ୍ୱାଧୀନତା ସଂଗ୍ରାମରେ ନାରୀଶକ୍ତିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଘରର ଚାରିକୋଣରୁ ମହିଳାମାନେ ନ ବାହାରିଲେ ଏହା ସମ୍ଭବ ନୁହେଁ – ଏହାଥିଲା ତତ୍କାଳୀନ ନାରୀ ସମାଜ ପ୍ରତି ତାଙ୍କର ଆହ୍ୱାନ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେଥିଲେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରତିନିଧି। ତାଙ୍କର ସୀମିତ ଜୀବନକାଳ ମଧ୍ୟରେ ସମାଜ ପ୍ରତି ଯେଉଁ ଚିନ୍ତା ଓ ଚେତନାର ସୌଧ ନିର୍ମାଣ କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ। ଏହି ନାଟକ ‘ଶେଫାଳିର ମହକ’ ମାଧ୍ୟମରେ ତାଙ୍କ ପ୍ରତି ଅର୍ପିତ ହୋଇଛି ଶ୍ରଦ୍ଧାଞ୍ଜଳି।

ଆଜିର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ନାଟକ ଉତ୍ସବରେ ଅତିଥି ଭାବେ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଓ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ନାଟ୍ୟକାର ଡ. ସଂଜୟ ହାତୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀ ବିପ୍ଳବ କେଶରୀ ଶତପଥୀଙ୍କ ନିର୍ଦ୍ଦେଶନାରେ ଜଟଣୀର ଡିଭାଇନ ସଂସ୍ଥା ଦ୍ୱାରା ଉପସ୍ଥାପନା କରାଯାଇଛି । ବିଭିନ୍ନ ଚରିତ୍ରରେ ସରୋଜ କୁମାର ସାମଲ, ବିପିନ ଦାଶ, ଉମାକାନ୍ତ ମୁଦୁଲି, ପଞ୍ଚାନନ ମହାପାତ୍ର, ନିରଞ୍ଜନ ବେହେରା, ଅଶୋକ କୁମାର ସେଠୀ, ସୁଧାଂଶୁ କୁଣ୍ଡୁ, ରଞ୍ଜିତ ମହାରଣା, ମନୋଜ ପ୍ରଧାନ, ସାଇ ପ୍ରସାଦ ସାମନ୍ତରାଏ, ବୀର ସ୍ୱାଧୀନ ପଟ୍ଟନାୟକ, ସୌମ୍ୟରଞ୍ଜନ ବେହେରା, ରୋଜି ମେରୀ ବେହେରା, ବୈଶାଳୀ ସାମନ୍ତରାୟ, ପ୍ରଭାସିନୀ ନୟାଜ, ପ୍ରତିଭା ଦାଶ, କଳ୍ପନା ରାଉତ, ଅନନ୍ୟା ମହାପାତ୍ର, ଆଦ୍ୟାରଶ୍ମି ଶତପଥୀ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ପ୍ରଭାକର ଲେଙ୍କା,ରୂପ ସଜ୍ଜାରେ ସାଇ ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।

ଆଜି ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜୀବନାଦର୍ଶକୁ ନେଇ ନାଟକ ‘ଜ୍ଞାନ ତପସ୍ୱୀ’ ପ୍ରଦର୍ଶିତ ହେବ। ନାଟ୍ୟକାର ଡ. ଅରବିନ୍ଦ ରାୟଙ୍କ ଦ୍ୱାରା ଲିଖିତ ଶ୍ରୀ ଦେବାନନ୍ଦ ନାୟକଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରର ଏକ୍ସପ୍ରେସନର କଳାକାରମାନଙ୍କୁ ନେଇ ଏହାକୁ ପ୍ରଦର୍ଶିତ କରାଯିବ।

ନାଟକ ନାଟକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026
Latest News

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ଆଜି ମେ ୧୮ ତାରିଖ ସୋମବାରରେ ଏହି ଆଠଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କର ରହିଛି ଆଶୀର୍ବାଦ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.