Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ମୃଣାଳ ସେନଙ୍କ ଅବର୍ତ୍ତମାନରେ ‘ମାଟିର ମଣିଷ’, ଚର୍ଚ୍ଚା, ଅଚର୍ଚ୍ଚା ଓ ଅତିଚର୍ଚ୍ଚା
ବ୍ୟକ୍ତିତ୍ୱ

ମୃଣାଳ ସେନଙ୍କ ଅବର୍ତ୍ତମାନରେ ‘ମାଟିର ମଣିଷ’, ଚର୍ଚ୍ଚା, ଅଚର୍ଚ୍ଚା ଓ ଅତିଚର୍ଚ୍ଚା

January 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ ଋତ୍ଵିକ ଘଟକ, ସତ୍ୟଜିତ ରାୟ ଓ ମୃଣାଳ ସେନ, ଶେଷତମ ମହାନାୟକ ଚାଲିଗଲେ। ‘ଭୁବନ ସୋମ'(୧୯୬୯) ଠୁ ଆରମ୍ଭ କରି ‘ଅମର ଭୁବନ'(୨୦୦୨), କୋଡିଏ ରୁ ଅଧିକ ସିନେମା ସେ କରିଛନ୍ତି। ତାରି ଭିତରେ ରହିଛି ଭୁବନ ସୋମ, ପଦାତିକ, ଅକାଲେର ସନ୍ଧାନେ, ମୃଗୟା ଭଳି କ୍ଲାସିକ। ଚିତ୍ର ନିର୍ମାଣରେ ନୂଆ ପୃଥିବୀର ସ୍ଵପ୍ନ ଓ ସାଧାରଣ ମଣିଷର ଶ୍ରମକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶିଳ୍ପୀଙ୍କ ଭିତରେ ସେ ଥିଲେ ଅଗ୍ରଣୀ। କହିବାରେ ଦ୍ଵିଧା ନାହିଁ, ଚିନ୍ତନରେ ଓ କଳାକର୍ମରେ ସେ ଥିଲେ ସାମ୍ୟବାଦୀ। ମାର୍କ୍ସ ତାଙ୍କୁ ପ୍ରଭାବିତ କରିଥିଲେ, କିନ୍ତୁ ବିଂଶ ଶତକରେ ଏମିତି କିଏ ନଥିଲା, ଯିଏ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ନଥିଲା। ଏପରିକି ଘୋର ଦକ୍ଷିଣପନ୍ଥୀ ଚିନ୍ତକ ଦୀନଦୟାଲ ଉପାଧ୍ୟାୟ, ଗୋଟେ ସମୟରେ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ହୋଇଯାଇଥିଲେ। ତେଣୁ, ସାମ୍ୟବାଦ ବିଂଶ ଶତାବ୍ଦୀର କଳା ଚିନ୍ତନର ମହାଭୂମି ଥିଲା ଓ ସେଥିରେ ମୃଣାଳ ସେନ ସାମ୍ୟବାଦୀ ହେବାରେ କୌଣସି ବ୍ୟତିକ୍ରମ ନଥିଲା। ହଁ, ବ୍ୟତିକ୍ରମ ହେଉଛି, ସାମ୍ୟବାଦ ଭିତରେ ଭାରତୀୟ ଜୀବନର ଚମତ୍କାର ଚିତ୍ରାୟନ।

ଓଡିଶା ସହିତ ମୃଣାଳ ସେନଙ୍କ  ସମ୍ପର୍କ ଥିଲା ବେଶ ନିବିଡ। ୧୯୬୬ ରେ ବାବୁଲାଲ ଦୋଷୀଙ୍କ ପ୍ରଯୋଜନାରେ ସେ ନିର୍ମାଣ କରିଥିଲେ ପ୍ରସିଦ୍ଧ ଓଡିଆ ସିନେମା ‘ମାଟିର ମଣିଷ’। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କ୍ଲାସିକ ଉପନ୍ୟାସ ‘ମାଟିର ମଣିଷ’ ଆଧାରରେ ନିର୍ମିତ ଏହି ସିନେମାଟି ସେ ବର୍ଷ ଜାତୀୟ ପୁରଷ୍କାର ପାଇଥିଲା। ତେବେ ‘ମାଟିର ମଣିଷ’ କୁ ନେଇ ସେତେବେଳେ ବି କିଛି ଆଲୋଚନା ହୋଇଥିଲା, ଆଜି ବି ହେଉଛି। ଉପନ୍ୟାସର ପଟ୍ଟଭୂମିକୁ ମୃଣାଳ ସେନ ବଦଳାଇ ଦେଇଥିଲେ ବୋଲି କିଛି ଲୋକ ଆଜି ବି ନାକ ଟେକନ୍ତି। ତେବେ ଏ ପ୍ରକାର ଚର୍ଚ୍ଚା କରୁଥିବା ଲୋକ ବୁଝିବା ଉଚିତ ଯେ, ସିନେମା ଉପନ୍ୟାସର ଦୃଶ୍ୟ ଅନୁବାଦ ନୁହେଁ। ଉପନ୍ୟାସରୁ ହୁଏତ କାହାଣୀ ଟି ଆସେ, କିନ୍ତୁ ସିନେମା ଏକ ମୌଳିକ ମାଧ୍ୟମ ଓ ସେଇ ମାଧ୍ୟମରେ ନିର୍ଦ୍ଦେଶକ ନିଜର ସୃଜନଶୀଳତାକୁ ଦେଖାଏ। ଯେଉଁ ଦର୍ଶକ ସିନେମାରେ ଉପନ୍ୟାସ ଖୋଜିବ, ସେ ନିରାଶ ହେବ, ସେ ନିରାଶ ହେବା ଉଚିତ ମଧ୍ୟ। ଅନେକ ଲେଖକ ଭାବନ୍ତି, ତାଙ୍କ ଲେଖାଟି ଦୃଶ୍ୟରେ ଅବିକଳ ରୂପାନ୍ତରିତ ହେଉ। ସେଇଟା କଦାପି ହେବନାହିଁ। ଉପନ୍ୟାସ ଓ ସିନେମାର ଭିନ୍ନ ଗତିପଥ ରହିଛି। ସେ ଦୃଷ୍ଟିରୁ ‘ମାଟିର ମଣିଷ’ କୁ ଦେଖିବାକୁ ପଡିବ।

 

ଯଦିଓ ‘ମାଟିର ମଣିଷ’ ମୃଣାଳ ସେନଙ୍କ ‘ଭୁବନ ସୋମ’ ବା ‘ପଦାତିକ’ ସ୍ତରର ସିନେମା ନୁହେଁ, ତଥାପି ଓଡିଆରେ ତିଆରି ହୋଇଥିବା, ବହୁତ ଅଳ୍ପ ଭଲ ସିନେମା ଭିତରୁ ଏହା ଅନ୍ୟତମ।ଚରିତ୍ର ଚିତ୍ରଣ, ସଂଳାପ, ପୃଷ୍ଠଭୂମି, ସଙ୍ଗୀତ ଓ ଦୃଶ୍ୟାୟନ ରେ ‘ମାଟିର ମଣିଷ’ର ଯେଉଁ ଉଚ୍ଚତା, ସେ ସ୍ତରକୁ ଖୁବ କମ ଓଡିଆ ସିନେମା ଯାଇପାରିଛି। ସେଥିଲାଗି ଓଡିଆ ସିନେମା ମୃଣାଳ ସେନଙ୍କ ପାଖରେ ଋଣ ସ୍ଵୀକାର କରିବାକୁ ବାଧ୍ୟ।ସିନେମାର ଦୃଷ୍ଟିକୋଣରେ ମୃଣାଳ ସାମ୍ୟବାଦୀ କି ଗାନ୍ଧୀବାଦୀ ନୁହନ୍ତି, ସେ ପୂରାପୂରି ମାନବବାଦୀ। ଛକଡି ଆଉ ବରଜୁ ପ୍ରଧାନ ଭିତରେ ପାରିବାରିକ ସଂଘର୍ଷ ଭିତରେ ସମୟ ଓ ସମାଜକୁ ସେ ପ୍ରତୀକିତ କରିଛନ୍ତି। ଏହା ଅନେକାଂଶରେ ମୂଳ ଉପନ୍ୟାସର ସଂପ୍ରସାରଣ ବୋଲି କୁହାଯାଇପାରେ। ତେଣୁ ଆଜି ୪୩ ବର୍ଷ ପରେ ବି ‘ମାଟିର ମଣିଷ’ ଓଡିଆ ସିନେମାର ସଫଳ କାହାଣୀ ହୋଇ ସମୟକୁ ଅତିକ୍ରମ କରି ଠିଆ ହୋଇଛି।

ମୃଣାଳ ସେନଙ୍କ ଆଉ ଏକ ଓଡିଆ ସଂଯୋଗ ହେଉଛି ‘ମୃଗୟା’। ୧୯୭୬ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ସିନେମାରେ ପ୍ରଥମ ସୁଯୋଗ ଦେଇଥିଲେ ମୃଣାଳ ସେନ। ସିନେମାଟିର ମୂଳ କାହାଣୀ ଥିଲା, ଓଡିଶା ପ୍ରଗତିବାଦୀ ସାହିତ୍ୟର  ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଚର୍ଚ୍ଚିତ ଗଳ୍ପ ‘ଶିକାର’ । ଓଡିଶାର ଆଦିବାସୀ ଜୀବନର ପୃଷ୍ଠଭୂମିରେ ‘ଘିନୁଆ’ ଚରିତ୍ରର ନବ ଚିତ୍ରାୟନ ଘଟିଥିଲା। ଓଡିଶାର ଜୀବନ ଓ ଜୀବନବୋଧକୁ ନେଇ ମୃଣାଳ ସେନଙ୍କ ସିନେମାରେ ସବୁବେଳେ କିଛି ଗୋଟେ ଆକର୍ଷଣ ଥିଲା। ସେଥିପାଇଁ ବୋଧେ ତାଙ୍କର ପ୍ରିୟ ଅଭିନେତା ଥିଲେ ସାଧୁ ମେହେର।

ମୃଣାଳ ସେନଙ୍କ ଅବର୍ତ୍ତମାନରେ ଗୋଟେ ଯୁଗର ସମାପ୍ତି ଘଟିଛି। ତାହା ସହିତ ଆମେ ଜଣେ ଓଡିଆ-ପ୍ରାଣ ବଙ୍ଗାଳୀଙ୍କୁ ସବୁଦିନ ପାଇଁ ଆମ ଭିତରୁ ହରାଇଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.