Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟ ଖେଳ ପାଇଁ ଗୁଳିମାଡ : ଏଆଇଏମଆଇଏମ ଜିଲ୍ଲା ସଭାପତି ଗିରଫ
ଆଜିର ଖବର

କ୍ରିକେଟ ଖେଳ ପାଇଁ ଗୁଳିମାଡ : ଏଆଇଏମଆଇଏମ ଜିଲ୍ଲା ସଭାପତି ଗିରଫ

December 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ
ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ : ସାମାନ୍ୟ କ୍ରିକେଟ ଖେଳକୁ ନେଇ ଗୁଳିମାଡ କାରଣରୁ ଜଣେ ଏଆଇଏମଆଇଏମ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । କ୍ରିକେଟ ଖେଳକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ଏଆଇଏମଆଇଏମ ଆଦିଲାବାଦ ଜିଲ୍ଲା ସଭାପତି ଏମଡି ଫାରୁକ ଅହମଦଙ୍କୁ ପୋଲିସ ଗିରଫ କରିଛି । ଫାରୁକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଦୁଇ ଜଣଙ୍କୁ ଆହତ କରିବା ସହିତ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ ।

ଆଦିଲାବାଦର ତାତିଗୁଡାରେ ଏହି ଘଟଣା ଘଟିଥିଲା । ଶୁକ୍ରବାର ଅପରାହ୍ନ 5ଟାରେ କ୍ରିକେଟ ଖେଳ ସମୟରେ ଏହି ଅଘଟଣ ଘଟିଥିଲା । ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଫାରୁକ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୈଦ ଜମୀରଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିବା ବେଳେ ସୈଦ ମୌତେସିନଙ୍କ ଶରୀରରେ ଗୋଟିଏ ଗୁଳି ବାଜିଥିଲା । ଅନ୍ୟ ଜଣେ ଆହତ ସୈଦ ମନ୍ନନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

ଆହତ ମାନଙ୍କୁ ପ୍ରଥମେ ଆଦିଲାବାଦ ସ୍ଥିତ ରିମସରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ନେଇ ଏସପି ବିଷ୍ଣୁ ୱାରିୟର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ସମସ୍ତ ରାଜନୈତିକ ଦଳ ଶାନ୍ତି ବଜାୟ ରଖିବା ପାଇଁ ୱାରିୟର ପରାମର୍ଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଧାରା 307, 324 ଏବଂ 506 ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

cricket gunshot
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

September 29, 2026

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026
Latest News

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026

ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

September 29, 2026

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.