Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁର ତଦନ୍ତକୁ ନେଇ ଜନ ଅସନ୍ତୋଷ: ବସିଲା ଆଞ୍ଚଳିକ ବୈଠକ
ଆଞ୍ଚଳିକ

ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁର ତଦନ୍ତକୁ ନେଇ ଜନ ଅସନ୍ତୋଷ: ବସିଲା ଆଞ୍ଚଳିକ ବୈଠକ

December 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ତଦନ୍ତରେ ଶିଥିଳତା ଦେଖାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ବୈଠକ ବସିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ବୁଧବାର ରାତିରେ ବରଯାତ୍ରୀ ଭୋଜି ଖାଇବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଜଂକିଆ ଥାନାରେ ଅଭିଯୋଗ ହୋଇଥିଲା। ନିଖୋଜ ଯୁବକ ଜଣଙ୍କ ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ କୁମାର ସାହୁ। କିନ୍ତୁ ଦୁଇଦିନ ପରେ ତାଙ୍କର ମୃତଦେହ ଏକ କୂଅରୁ ମିଳିଥିଲା।

ଗାଁ ସାଙ୍ଗ ବାହାଘରରେ ବରଯାତ୍ରୀ ଯାଇଥିବା ବେଳେ କୈ।ଣସି କାରଣରୁ ଗଣ୍ଡଗୋଳ ମାଡପିଟ ହୋଇଥିଲା। ମାଟପିଟ ପର ଠାରୁ ସମସ୍ତ ବରଯାତ୍ରୀ ଘରକୁ ଫେରିଥିବା ବେଳେ ବିକାଶ ଘରକୁ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରି ବିକାଶର ସନ୍ଧାନ ପାଇନଥିଲେ। ବିକାଶର ପତ୍ତା ନମିଳିବାରୁ ବିକାଶର ବାପା ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମାତ୍ର ପୋଲିସ ବିକାଶର ବାପା ଓ ଗ୍ରାମବାସୀମାନଙ୍କୁ କୈ।ଣସି ସହଯୋଗ କରିନଥିବା ଖୋର୍ଦ୍ଧା ଏସପିଙ୍କୁ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଗ୍ରାମବାସୀମାନେ ନୂଆ ଜଗନ୍ନାଥ ସଡ଼କ ୪ଘଣ୍ଟା ଅବରୋଧ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଏସ୍ପି ନିଜେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଘଟଣା ସ୍ଥଳରେ ଏସପି ପହଞ୍ଚି  କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ହେଲେ ବିକାଶର ମୃତ୍ୟୁ କୁ ୧୪ଦିନ ବିତିଥିଲେ ମଧ୍ୟ କୈ।ଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ପରିପ୍ରକ୍ଷିରେ ଡିଆ ଗ୍ରାମବାସୀ ମାନଙ୍କ ସହଯୋଗରେ ଏକ ଆଚଂଳିକ ବୈଠକ ଗୋପିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେସୂର୍ଯ୍ୟମଣି ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାମେଶ୍ୱର, ନିରାକାରପୁର,ଡିଆ, ଲେଣ୍ଡୋ,ବଡପୋଖରୀଆ ଗ୍ରାମପଞ୍ଚାୟତର ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଏହି ବୈଠକରେ ଯୋଗଦେଇ ଥିଲେ।

ସର୍ବ ପ୍ରଥମେ ମୃତ ବିକାଶର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ମୃତ ବିକାଶର ମୃତ୍ୟୁ ପାଇଁ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବା ଅନୁଭବ କରି ଆଚଂଳିକ କମିଟିର ଏକ ଟିମ ଆସନ୍ତା କାଲି ଖୋର୍ଦ୍ଧା ଏସପିଙ୍କୁ ସାକ୍ଷାତ କରିବାର ସ୍ଥିର ହୋଇଛି।

ଆଞ୍ଚଳିକ ବୈଠକ ନିରାକାରପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

June 4, 2026

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.