Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି
ଆଜିର ଖବର

ସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି

January 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି।

ଆଜି ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି। ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍‌କୁ ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ୍ ରୁମ୍‌, ଭ୍ୟାକ୍ସିନ୍ ରୁମ୍ ଓ ଅବ୍‌ଜର୍‌ଭେସନ୍ ରୁମ୍ ଭାବେ ବ୍ୟବହୃତ ହେବ। ଏହି ରୁମ୍‌ଗୁଡ଼ିକର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମ୍ୟୁନାଇଜେସନ୍ ଅଫିସର୍‌ ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ। ମୂଖ୍ୟତଃ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ଅଫିସର ଡଃ ସି.ଭି.ଏସ୍‌.ଏନ୍‌. ରାଓ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଚାଇଲ୍ଡ ଅଫିସର ଡଃ ଆର୍‌. ପି. ଶତପଥୀ, ଷ୍ଟେଟ୍ ଇମ୍ୟୁନାଇଜେସନ୍‌ ଅଫିସର ଡଃ ତାପସ ପାତ୍ର, କମ୍ୟୁନିଟି ମେଡିସିନ୍ ବିଭାଗରର ମୁଖ୍ୟ ଅଧ୍ୟାପକ ଡଃ ତ୍ରିଲୋଚନ ସାହୁ, ପ୍ରଫେସର (ଡଃ) ଇ. ଭେଙ୍କଟ ରାଓ, ମେଡିସିନ୍ ବିଭାଗର ପ୍ରଫେସର (ଡଃ) ଏସ୍‌. କବି, ଶିଶୁ ବିଭାଗର ମୁଖ୍ୟ ଡଃ ମମତା ଦେବି ମହାନ୍ତି, ଡଃ ଲିପିଲେଖା ପଟ୍ଟନାୟକ, ଡଃ ଜ୍ୟୋତିରଞ୍ଜନ ସାହୁ , ଇମ୍‌ୁ୍ୟନାଇଜେସନ୍ ଅଫିସର ଡଃ ସୁମିତା ଶର୍ମା, ବାୟୋମେଡିକାଲ୍ ଅଫିସର
ଡଃ ପ୍ରେମନାଥ ତାଣ୍ଡି, ଡଃ ସ୍ମିତାଭ ବାରିକ, ଏଫ୍‌.ଓ.ଏମ୍ ପୁଷ୍ପାଞ୍ଜଳି ରାଉତ, ଉପ ନିର୍ଦ୍ଦେଶକ ପ୍ରିୟବ୍ରତ ଦାସ, ଡଃ ଲିଙ୍ଗରାଜ. ରଥ, ଏବଂ ଓ.ଏସ୍‌.ଡି. ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।

ଟୀକାକରଣ ପ୍ରକ୍ରିୟା ଡ୍ରାଏ ରନ୍ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026
Latest News

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.