Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବରିଷ୍ଠ ନାଗରିକ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣା: ଉତ୍ତରପ୍ରଦେଶରୁ ଗିରଫ ହେଲେ ସାଇବର ଠକ
ଅପରାଧ

ବରିଷ୍ଠ ନାଗରିକ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣା: ଉତ୍ତରପ୍ରଦେଶରୁ ଗିରଫ ହେଲେ ସାଇବର ଠକ

January 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଜିଓ କଷ୍ଟମର କେଆର ନାମରେ ଫୋନ କଲ କରି ଠକେଇ କରିଥିବା ଠକ ମାନଙ୍କୁ ଉତ୍ତରପ୍ରଦେଶ ହମିଦପୁରରୁ ଗିରଫ କରି ଆଣିଥିବା ବିଷୟ ପୋଲିସ ସୂତ୍ରରୁ ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସହର ର ବାସିନ୍ଦା ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କ ନିକଟକୁ ଜିଓ କଷ୍ଟମର କେଆର ନାମରେ ଏକ ଫୋନକଲ ଆସିଥିଲା। ସେଥିରେ ଗଙ୍ଗାଧରଙ୍କୁ ଏକ ଜିଓ ମୋବାଇଲ ଏବଂ ୨୦ ହଜାର ଟଙ୍କା ପୁରଷ୍କାର ମିଳିଥିବା କୁହାଯାଇଥିଲା। ବ୍ୟାଙ୍କ ଡେବିଟ କାର୍ଡର ଫଟୋକପି ପଠାଇଦେଲେ ପୁରଷ୍କାର ପଠାଇ ଦିଆଯିବ ବୋଲି କୁହାଯିବାରୁ ସୁବୁଦ୍ଧି ଦମ୍ପତି ଲୋଭରେ ପଡି ଗୁଗୁଲରୁ ଏନି ଡେସ୍କ ଡାଉନଲୋଡ କରି ସେଥିରେ ନିଜର ଏବଂ ନିଜ ପତ୍ନୀଙ୍କ ବ୍ୟାଙ୍କ ଡେବିଟ କାର୍ଡର ଫଟୋକପିସବୁ ପଠାଇଦେଇଥିଲେ। ଏହାର ସୁଯୋଗ ନେଇ ସାଇବର ଠକମାନେ ସୁବୁଦ୍ଧି ବାବୁଙ୍କ ଆକାଉଂଟରୁ ଟ୯୯,୮୦୦/- ଓ ଟ୪୫,୫୯୧/- ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଆକାଉଂଟରୁ ଟ୧, ୯୯,୦୦୦/- ଟଙ୍କା ମୋଟ ୨ ଲକ୍ଷ ୬୪ ହଜାର ୩୯୧ ଟଙ୍କା ଲୁଟ କରି ନେଇଥିଲେ।

ଏସଂପର୍କରେ ସୁବୁଦ୍ଧି ଭବାନୀପାଟଣା ଟାଉନଥାନାରେ ଲିଖିତ ଏତାଲା ଦେବାପରେ କଳାହାଣ୍ଡି ଏସପି ଡଃ ଶବଣ ବିବେକ ଏମ. ଆଇପିଏସ. ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ତଦନ୍ତ କଲରାଯାଇଥିଲା। ସଦର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଯୁବ ଏସ ଆଇ ଶୀବଜୀ ପଣ୍ଡା ତଦନ୍ତ ଭାର ନେଇ ଖୋଲତାଡ କରିଥିଲେ। ଫୋନକଲ ଆସିଥିବା ମୋବାଇଲ ନମ୍ବର ୮୬୩୦୧୦୮୪୯୧ କୁ ଆଧାର କରି ସାଇବର ସେଲ ମାଧ୍ୟମରେ ତଦନ୍ତ କରାଯାଇ ସ୍ୱତନ୍ତ୍ର ସ୍କାର୍ଡ ଉତର ପ୍ରଦେଶ ହମିଦପୁରରୁ ସାଇବର ଠକେଇରେ ସଂପୃକ୍ତ ପାଂଚଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଓପୋ, ଭିଭୋ, ସାମସଙ୍ଗ ମୋବାଇଲ ସହିତ କେତେକ ସିମକାର୍ଡ ଓ ଟଙ୍କା ଜବତ କରି ହମିଦପୁର କୋର୍ଟରେ ପେଶ କରିବାରେ ସକ୍ଷମ ହୋଇଥିଲେ। ସେଠାରୁ ରିମାଣ୍ଡରେ କଳାହାଣ୍ଡି ଆଣି ସାଇବର ଠକେଇର ମୂଖ୍ୟ ଆସାମୌ ଅଭିଲାଷ ସିଂ ଓରଫ ଗୌତମ, ପରବେଜ ଅହମ୍ମଦ, ୱାହିଦ ଖାଁ, ଶାହରୁକ ଖାଁ ଓ ଜୁନେଦ ଅହମ୍ମଦ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

କଳାହାଣ୍ଡି ପୋଲିସର ଏଭଲି ସଫଳତାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଥରବା ବେଳେ ଜନସାଧାରଣ କୌଣସି ପୁରଷ୍କାର ଲାଲସାରେ ନିଜର ବେଙ୍କ ସମ୍ବନ୍ଧୀୟ ତଥ୍ୟ ନଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଉତ୍ତରପ୍ରଦେଶ କଳାହାଣ୍ଡି ପୋଲିସ ଗିରଫ ସାଇବର ଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026
Latest News

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.