ନୂଆଦିଲ୍ଲୀ: କରୋନା ଯୋଗୁଁ ‘ଅନଏକାଡେମୀ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ଅଧାରୁ ବନ୍ଦ ହୋଇଯାଇଥିଲା। ଆସନ୍ତା ମାର୍ଚ୍ଚ ୨ରୁ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଠାରେ ଆରମ୍ଭ ହେବ। ମାର୍ଚ୍ଚ ୨ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ରାୟପୁରର ନବନିର୍ମିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏଥର ସବୁ ମ୍ୟାଚ୍ ଖେଳାଯିବ।
ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ଵର କିମ୍ବଦନ୍ତୀ ଖେଳାଳିମାନେ ଭାଗ ନେଉଛନ୍ତି। ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର,ବୀରେନ୍ଦ୍ର,ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍, ମୁଥିଆ ମୁରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର ‘ଅନଏକାଡେମୀ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଟୁର୍ଣ୍ଣାମେଣ୍ଟର ମାତ୍ର ୪ଟି ମ୍ୟାଚ୍ ପରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୧ ତାରିଖରେ ସିରିଜକୁ ସ୍ଥଗିତ କରାଯାଇଥିଲା। ବର୍ଷକ ବ୍ୟବଧାନ ପରେ ଟୁର୍ଣ୍ଣାମେଣ୍ଟକୁ ପୁଣିଥରେ ଆୟୋଜନ କରିବାକୁ ଆୟୋଜକ ଘୋଷଣା କରିଛନ୍ତି।
ରୋଡ୍ ସେଫ୍ଟୀ ସିରିଜରେ ଇଣ୍ଡିଆ ଲିଜେଣ୍ଡସ ଦୁଇଟି ଯାକ ମ୍ୟାଚ୍ ଜିତି ତାଲିକାର ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚରୁ ଗୋଟିଏ ଏବଂ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛି।
ଦେଶରେ ସଡ଼କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି।