Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତ ସମିତିର ଦ୍ୱାଦଶତମ ବୈଠକରେ ଅଭିଯୋଗ: ଦୁର୍ନୀତିର ଗନ୍ତାଘର ପାଲଟିଛି ତିର୍ତ୍ତୋଲ ବ୍ଲକ
ଆଜିର ଖବର

ପଞ୍ଚାୟତ ସମିତିର ଦ୍ୱାଦଶତମ ବୈଠକରେ ଅଭିଯୋଗ: ଦୁର୍ନୀତିର ଗନ୍ତାଘର ପାଲଟିଛି ତିର୍ତ୍ତୋଲ ବ୍ଲକ

February 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏଠି ଅଫିସର୍ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ତିର୍ତ୍ତୋଲ ପଞ୍ଚାୟତ ସମିତିର ଦ୍ୱାଦଶ ସାଧାରଣ ବୈଠକରେ ଜରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ଅଭିଯୋଗ କରିଛନ୍ତି।

ଜନପ୍ରତିନିଧି ମାନଙ୍କୁ ଏଠି ଅଣଦେଖା କରାଯାଉଛି।  କୌଣସି ବିଭାଗରେ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନାହିଁ। ଯୋଗ୍ୟ ହିତାଧିକାରୀ ତାଙ୍କର ନ୍ୟାର୍ଯ୍ୟ ପାଇପାରୁ ନାହାଁନ୍ତି।  ଆବାସ ଯୋଜନାରେ ବହୁ ହିତାଧିକାରୀ ଗୃହକାର୍ଯ୍ୟ ଶେଷ କରି ତାଙ୍କର ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବହୁ ଗରିବ ଅନୁସୂଚିତ ଜାତି ଓ ଜନଜାତି ନିରାଶ୍ରୟ ବିଧବା ମହିଳା, ଭିନ୍ନକ୍ଷମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଟନ୍ତି। ବ୍ୟାପକ ଠକେଇ ଓ ଜାଲିଆତି ବଢିଚାଲିଛି। ଉନ୍ନୟନମୂଳକ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଉନାହିଁ ବୋଲି ଏପରି ଅଭିଯୋଗ କରିଛନ୍ତି ଶ୍ରୀ ସେଠୀ।

ଏଥିସହିତ ତେନ୍ତୁଳିପଦା ସବ୍ ମାଇନର୍ କେନାଲ ବନ୍ଧ ରାସ୍ତା ହାଜିପୁର ଠାରୁ କାବଲପୁର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ନିମନ୍ତେ ସରପଞ୍ଚ ଶ୍ରୀ ସେଠୀ ପ୍ରସ୍ତାବ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳାଇ, ପାରାଦ୍ଵୀପ ବିଧାୟକଙ୍କ ପ୍ରତିନିଧି ଶରତ ଦାସ ,ବିଡିଓ ଅଟଳ ବିହାରୀ ସ୍ୱାଇଁ, ଆସିଷ୍ଟାଣ୍ଟ ଇଂଜିନିୟର ରାଜଦିପ ହାଁସଦା ,ଏବିଡିଓ ସତ୍ୟଜିତ୍ ସ୍ୱାଇଁ ପ୍ରମୂଖ ମଞ୍ଚାସୀନ ଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଗୁଡ଼ିକୁ ମଞ୍ଚାସୀନ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ।

ଏହି ବୈଠକରେ ତିର୍ତ୍ତୋଲ ବ୍ଲକର ବିପିସି ପ୍ରିୟମ୍ବଦା ପଶାୟତ, ଜିପିଓ ବିଶ୍ୱଜିତ ମହାପାତ୍ର, ଏମ୍.ଆଇ ବାବୁଲାଲ ବାରିକି, ଏସ୍.ସି.ଓ ବିଜୟ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଥିବା ବେଳେ ତିର୍ତ୍ତୋଲ ତହସିଲଦାର ଅନୁପସ୍ଥିତ ଥିବାରୁ କିଛି ସମୟ ପାଇଁ ଅସନ୍ତୋଷ ଦେଖାଦେଇଥିଲା।

ତିର୍ତ୍ତୋଲ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Latest News

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.