Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ବେଳେ ଗୀତ ବୋଲିଲେ ଏବିଡିଓ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ସଭାଗୃହରେ ଆଜି ବ୍ଳକ୍ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଅଟଳ ବିହାରୀ ସ୍ୱାଇଁ, ଏବିଡିଓ ସତ୍ୟଜିତ୍ ସ୍ୱାଇଁ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳେଇ, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ମଞ୍ଚାସୀନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ଆମ୍ବିରୀ ସରପଞ୍ଚ, କନକପୁର ସରପଞ୍ଚ ନମିତା ରାଉଳ, ସମିତି ସଭ୍ୟ ଅଜୟ ରାଉଳ, କଟରା ସମିତିସଭ୍ୟ ବାଇଧର ବଳ, ତୁଳଙ୍ଗ ସମିତି ସଭ୍ୟ ମମତା ନାୟକ, କୋଲର ସମିତି ସଭ୍ୟ ରଞ୍ଜିତ ପାଲ୍ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦେବା ସହିତ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ ଶେଷରେ ସଭା ସ୍ଥଳରେ ମଞ୍ଚାସୀନ ତିର୍ତ୍ତୋଲ ବ୍ଳକର ଏବିଡିଓ ଏକ ସୁମଧୁର ଓଡ଼ିଆ ଭଜନ ” ଜନମି ଥିଲି ମୁଁ ଶିରି କ୍ଷେତ୍ର ଦିନେ “ଗାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଞ୍ଚାୟତ ସମିତିର ଦ୍ୱାଦଶତମ ବୈଠକରେ ଅଭିଯୋଗ: ଦୁର୍ନୀତିର ଗନ୍ତାଘର ପାଲଟିଛି ତିର୍ତ୍ତୋଲ ବ୍ଲକ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏଠି ଅଫିସର୍ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ତିର୍ତ୍ତୋଲ ପଞ୍ଚାୟତ ସମିତିର ଦ୍ୱାଦଶ ସାଧାରଣ ବୈଠକରେ ଜରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ଅଭିଯୋଗ କରିଛନ୍ତି।

ଜନପ୍ରତିନିଧି ମାନଙ୍କୁ ଏଠି ଅଣଦେଖା କରାଯାଉଛି।  କୌଣସି ବିଭାଗରେ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନାହିଁ। ଯୋଗ୍ୟ ହିତାଧିକାରୀ ତାଙ୍କର ନ୍ୟାର୍ଯ୍ୟ ପାଇପାରୁ ନାହାଁନ୍ତି।  ଆବାସ ଯୋଜନାରେ ବହୁ ହିତାଧିକାରୀ ଗୃହକାର୍ଯ୍ୟ ଶେଷ କରି ତାଙ୍କର ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବହୁ ଗରିବ ଅନୁସୂଚିତ ଜାତି ଓ ଜନଜାତି ନିରାଶ୍ରୟ ବିଧବା ମହିଳା, ଭିନ୍ନକ୍ଷମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଟନ୍ତି। ବ୍ୟାପକ ଠକେଇ ଓ ଜାଲିଆତି ବଢିଚାଲିଛି। ଉନ୍ନୟନମୂଳକ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଉନାହିଁ ବୋଲି ଏପରି ଅଭିଯୋଗ କରିଛନ୍ତି ଶ୍ରୀ ସେଠୀ।

ଏଥିସହିତ ତେନ୍ତୁଳିପଦା ସବ୍ ମାଇନର୍ କେନାଲ ବନ୍ଧ ରାସ୍ତା ହାଜିପୁର ଠାରୁ କାବଲପୁର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ନିମନ୍ତେ ସରପଞ୍ଚ ଶ୍ରୀ ସେଠୀ ପ୍ରସ୍ତାବ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳାଇ, ପାରାଦ୍ଵୀପ ବିଧାୟକଙ୍କ ପ୍ରତିନିଧି ଶରତ ଦାସ ,ବିଡିଓ ଅଟଳ ବିହାରୀ ସ୍ୱାଇଁ, ଆସିଷ୍ଟାଣ୍ଟ ଇଂଜିନିୟର ରାଜଦିପ ହାଁସଦା ,ଏବିଡିଓ ସତ୍ୟଜିତ୍ ସ୍ୱାଇଁ ପ୍ରମୂଖ ମଞ୍ଚାସୀନ ଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଗୁଡ଼ିକୁ ମଞ୍ଚାସୀନ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ।

ଏହି ବୈଠକରେ ତିର୍ତ୍ତୋଲ ବ୍ଲକର ବିପିସି ପ୍ରିୟମ୍ବଦା ପଶାୟତ, ଜିପିଓ ବିଶ୍ୱଜିତ ମହାପାତ୍ର, ଏମ୍.ଆଇ ବାବୁଲାଲ ବାରିକି, ଏସ୍.ସି.ଓ ବିଜୟ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଥିବା ବେଳେ ତିର୍ତ୍ତୋଲ ତହସିଲଦାର ଅନୁପସ୍ଥିତ ଥିବାରୁ କିଛି ସମୟ ପାଇଁ ଅସନ୍ତୋଷ ଦେଖାଦେଇଥିଲା।

Categories
ଆଞ୍ଚଳିକ

ନେତାଜୀ ଜୟନ୍ତୀ ଉପଲକ୍ଷେ ପିପ୍ପଳମାଧବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କିଶୋର ଜେନା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ପିତାମ୍ବର ରାଉତ ଓ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ଯୋଗଦେଇଥିବା ବେଳେ ବୋଧେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କ୍ଷେତ୍ରପାଳ କୃଷକ କ୍ଲବର ମୁଖ୍ୟ ପରାମର୍ଶଦାତା ଅକ୍ଷୟ କୁମାର ନାୟକ, ଆଦର୍ଶ ଜନସେବା ଟ୍ରଷ୍ଟ ଅଧ୍ୟକ୍ଷ ଅରବିନ୍ଦ ପାତ୍ର, ସେଣ୍ଟ୍ରାଲ୍ ରେଡକ୍ରସ ସେଣ୍ଟରର ଡଃ ଶ୍ରୀତାଂଶୁ ଶେଖର ଶତପଥି ପ୍ରମୂଖ ଯୋଗଦେଇ ମଞ୍ଚାସୀନ ଥିଲେ।

ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ରକ୍ତଦାତା ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରପାଳ କୃଷକ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ଚର୍ଚ୍ଚାରେ ଗୋପାଳପୁର ପଞ୍ଚାୟତ: ସରକାରୀ ଅଫିସରେ ଚାଲିଛି ଶାସକ ଦଳ ନେତାଙ୍କ ବାର୍ଥ ଡେ ପାର୍ଟି

ରମେଶ ମହାନ୍ତି

ଜଗତସିଂହପୁର: ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ପୁଣି ଚର୍ଚ୍ଚାର ପରିଧିକୁ ଆସିଛି। ଶାସକ ଦଳ ନେତାଙ୍କ କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଶାସକ ଦଳର ନେତା ବୋଲି କ’ଣ ଖୁଲମ ଖୁଲ୍ଲା ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଦେବେ, ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ହେଉଛି ବାର୍ଥ ଡେ ପାର୍ଟି। ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଦେଢଶୁରଙ୍କ ରାଜ୍ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ମହିଳା ସଶକ୍ତିକରଣ ଘୋଷଣା କେତେକ ସ୍ଥାନରେ ଉପହାସରେ ପରିଣତ ହୋଇଥିବା କୁହାଯାଉଛି। ଏମିତିକି କେତେକ ସ୍ଥାନରେ ନାମକୁ ମାତ୍ର ମହିଳାଙ୍କୁ ପଦ ପଦବୀରେ ରଖାଯାଇ ସ୍ୱାମୀ, ଦିଅର, ଦେଢସୁର ମାନେ କାର୍ଯ୍ୟ ସମ୍ଭାଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଉକ୍ତ ପଞ୍ଚାୟତର ଏହି ବାର୍ଥ ଡେ ପାର୍ଟି ଘଟଣା ପ୍ରଘଟ ହେବା ପରେ ଜଗତସିଂହପୁର ଜିଲ୍ଲାପାଳ ତିର୍ତ୍ତୋଲ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ତିର୍ତ୍ତୋଲ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉକ୍ତ ଘଟଣାର ତଦନ୍ତ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ବେଳେ ୭ଦିନ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦେବା ପାଇଁ ଜିପିଓ ଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ବର୍ଜନ କଲେ ତିର୍ତ୍ତୋଲ ବ୍ଲକର ୬୦୦ରୁ ଉର୍ଦ୍ଧ୍ଵ ଭୋଟର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶେଷ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨ଟି ପଞ୍ଚାୟତ ୩ଟି ୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। ଉକ୍ତ ବ୍ଲକର ଗୋପାଳପୁର, କଟରା ଓ ବିରିତୋଳ ପଞ୍ଚାୟତ ସ୍ଥିତ କେତେକ ଗ୍ରାମର ଭୋଟରମାନେ ଭୋଟ ବର୍ଜନ ପାଇଁ ପୂର୍ବରୁ ଧମକ ଦେଇଥିଲେ। ଏହି ସବୁ ପଞ୍ଚାୟତ ଦେଇ ଯାଇଥିବା ୧୦ନଂ କେନାଲ ବନ୍ଧ ରାସ୍ତା ଗମନାଗମନ ନିମନ୍ତେ ଅନୁପଯୁକ୍ତ ହୋଇଥିବାରୁ ଏହିରାସ୍ତା ନିର୍ମାଣ ନହେଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଥିଲା।

ବିରିତୋଳ ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଲୋକମାନେ ଭୋଟ ବର୍ଜନ ନକରି ଭୋଟ ଦାନ କରିଥିବା ବେଳେ କଟରା ଓ ଗୋପାଳପୁର ପଞ୍ଚାୟତ ୩ଟିୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। କଟରା ପଞ୍ଚାୟତ ୧୯ନଂ ୱାର୍ଡ ୧୪୦(ଏ) ବୁଥରେ ହାଜିନଗର ଗାଁର ୫୫୭ ଜଣ ଭୋଟର ଭୋଟ ନଦେଇ ଭୋଟ ବର୍ଜନ କରିଥିବା ଜଣାପଡିଛି। ସେହିଭଳି ଗୋପାଳପୁର ପଞ୍ଚାୟତ ୧୦ନଂ ୱାର୍ଡର ମଇନ୍ଦପୁର ଗ୍ରାମ ଓ ୧୧ନଂ ୱାର୍ଡର କେତେକ ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ଦାବିକରି ଗୋଟିଏ ମଞ୍ଚରେ କଂଗ୍ରେସ ଓ ବିଜେପିର ସାମ୍ବାଦିକ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କଂଗ୍ରେସ ଓ ବିଜେପି ଦୁଇ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ କଟକ-ପାରାଦ୍ବୀପ ରାସ୍ତା ନିକଟସ୍ଥ କୋଟକଣାରୁ ବାନାମ୍ବର ଘାଟ ମହାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଦାବି କରିଛନ୍ତି।

କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ତଥା କନିମୁଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୁଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସ ଦଳରୁ ଏଥର ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିବା ହିମାଂଶୁ ଭୂଷଣ ମଲ୍ଲିକ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କୋଟକଣା-ବାନାମ୍ବର ସେତୁ ନିର୍ମାଣକୁ ସରକାର କ’ଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ସରକାରଙ୍କୁ କଡା ସମାଲୋଚନା କରିଥିଲେ।

ଏଥିସହିତ ତିର୍ତ୍ତୋଲ ଓ ତାରପୁର ଠାରେ ୨ଟି ସ୍ଥାନରେ ମହାନଦୀ ଉପରେ ବ୍ରିଜ୍ ରହିଥିବା ବେଳେ ଏହାର ମଝିରେ କୋଟକଣା-ବାନାମ୍ବର ଠାରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ବହୁଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ଅନ୍ୟତ୍ର ୨ଟି ସ୍ଥାନରେ ତିର୍ତ୍ତୋଲ-ପୋଷଲ ଓ ଜଇପୁର-କଟିକଟା ଠାରେ ମହାନଦୀ ଉପରେ ବ୍ରିଜ୍ ନିର୍ମାଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯାଇଥିବା ବେଳେ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଆସନ୍ତା କାଲି ଦିନ ୧୨ଟା ୧୫ମିନିଟ୍ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତିର୍ତ୍ତୋଲ-ପୋଷଲ ମହାନଦୀ ବ୍ରିଜ୍ ଓ ଜଇପୁର-କଟିକଟା ମହାନଦୀ ବ୍ରିଜ୍ ଉଦଘାଟନ ହେବା ସମୟରେ ଏହି କୋଟକଣା-ବାନାମ୍ବର ମହାନଦୀ ବ୍ରିଜ୍ ନିର୍ମାଣ ପାଇଁ ଘୋଷଣା କରିବାକୁ ଦାବି କରାଯାଇଥିବା ବେଳେ ଅନ୍ୟପକ୍ଷରେ ଯଦି ଏହି ଘୋଷଣା କରାନଯାଏ ତେବେ ଗୋଟିଏ ଦିନ ପରେ ୨୯ତାରିଖ ଦିନ ସକାଳ ୮ଟାରେ ଏହି କୋଟକଣା ଠାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କଟକ-ପାରାଦିପ ରାସ୍ତାରୋକ୍ କରିବେ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି।

ଏମିତିକି ଏହି ୨ଟି ବ୍ରିଜ୍ ନିର୍ମାଣ କରାଯିବ ବୋଲି ପୂର୍ବରୁ ଘୋଷଣା ନକରି ଏବେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବ୍ରିଜ୍ ନିର୍ମାଣ କରାଯିବାକୁ ଘୋଷଣା ହୋଇଛି ବୋଲି ଅଭିଯୋଗ କରାଯିବା ସହିତ ଉକ୍ତ ୨ଟି ବ୍ରିଜ୍ ସହିତ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଘୋଷଣା କରିବା ପାଇଁ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ତିର୍ତ୍ତୋଲରୁ ତାରତୋଲ ରାସ୍ତା ବିଛିନ୍ନ, ବନ୍ୟାଜଳରେ ଭାସୁଛି ଆଦିବାସୀ ପଡା

ରମେଶ ମହାନ୍ତି

ଜଗତସିଂହପୁର: ବନ୍ୟାଜଳରେ ପ୍ରଭାବିତ ହୋଇ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତିର୍ତ୍ତୋଲ ତାରତୋଲ ରାସ୍ତାର ଆଦିବାସୀ ପଡା ନିକଟ ରାସ୍ତାରେ ଏକ ଘାଇସୃଷ୍ଟି ହେବା ସହିତ ରାସ୍ତା ଉପରେ ପାଣି ଚାଲୁଛି। ଏହି ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ଘାଇ ସୃଷ୍ଟି ହୋଇଥିବା ବାଟଦେଇ ଗାଡି ମଟର ଚଳାଚଳ ଓ ସାଧାରଣ ଲୋକେ ଯାତାୟତ ନକରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବାଉଁଶ ବନ୍ଧାଯିବା ସହିତ ଗତକାଲି ଠାରୁ ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ ଷ୍ଟାଫ୍ ଜଗାରଖା କରୁଛନ୍ତି।

ତିର୍ତ୍ତୋଲ ଆଦିବାସୀ ପଡା ଓ ଗୋପିଆକୁଦ ବନ୍ୟାଜଳରେ ଭାସୁଥିବା ବେଳେ ସେଠାରେ ରହୁଥିବା ଲୋକମାନେ ଘରଦ୍ବାର ଛାଡି ୧୨ନଂ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲଟାଣି ରହିବା ସହ ଗୋପିଆକୁଦ ଗେଷ୍ଟହାଉସ ଓ ତିର୍ତ୍ତୋଲ ବଜାର ସ୍ଥିତ ଏମ୍ ଏସ୍ ଏକାଡେମୀ ବାଳକ ବିଦ୍ୟାଳୟରେ ମଧ୍ୟ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି। ତିର୍ତ୍ତୋଲ ଆଦିବାସୀ ପଡା ନିକଟରେ ହୋଇଥିବା ଏହି ଘାଇ ଯୋଗୁଁ ତିର୍ତ୍ତୋଲରୁ ତାରତୋଲ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ଧୋୟା ଅଞ୍ଚଳର ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନେ ରାହାମା ବାଟଦେଇ ବହୁବାଟ ବୁଲିକରି ଯାତାୟତ କରିବାକୁ ପଡୁଛି।

ଏମିତିକି ଧୋୟା ଅଞ୍ଚଳର ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ପାଇଁ ମଧ୍ୟ ବ୍ଲକ୍ ପ୍ରଶାସନକୁ ରାହାମା ବାଟଦେଇ ବୁଲିକରି ଯାତାୟତ କରିବାକୁ ପଡୁଛି। ପୁର୍ଣ୍ଣିମା ପଡୁଥିବାରୁ ସମୁଦ୍ରରେ ଜୁଆର ସୃଷ୍ଟି ହୋଇ ପାଣି ଫୁଲିକରି ରହିବା ଯୋଗୁଁ ମହାନଦୀର ବନ୍ୟାଜଳ ସମୁଦ୍ର ଟାଣୁନାହିଁ ବୋଲି କୁହାଯାଉଛି।

Categories
ଆଞ୍ଚଳିକ

ଜଙ୍ଗଲ ଛାଡି ଗାଁରେ ବୁଲୁଛନ୍ତି ହରିଣ: ତିର୍ତ୍ତୋଲ ସାଆଁସ ଗୋବିନ୍ଦପୁରରୁ ଏକ ହରିଣ ଉଦ୍ଧାର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ସାଆଁସ ଗ୍ରାମରୁ ଶନିବାର ଅପରାହ୍ନରେ ଏକ ହରିଣ ଉଦ୍ଧାର ହୋଇଛୁ। ସୂଚନାନୁଯାୟୀ ଶନିବାର ଦିନ ପ୍ରାୟ ୨ଟା ସାଢେ ୨ଟା ସମୟରେ ସାଆଁସ ଖରଖରି ଗ୍ରାମର ଭର୍ସଙ୍ଘ ପୋଖରୀ ନିକଟସ୍ଥ (ଲାଞ୍ଜି)ଦଣ୍ଡା ନିକଟରେ ଜନୈକ ବ୍ୟକ୍ତି ଛେଳି ଚରାଉଥିବା ବେଳେ ନିକଟସ୍ଥ ବିଲରେ ଏକ ହରିଣ ବୁଲୁଥିବାର ଦେଖି ଲୋକଙ୍କୁ ଡାକପକାଇବାରୁ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ହରିଣକୁ ଧରିବା ପରେ ହରିଣକୁ ଗାଁ ଦାଣ୍ଡରେ ବାନ୍ଧି ତିର୍ତ୍ତୋଲ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ।

ତୁଣ୍ଡ ବାଇଦ ଶହସ୍ର କୋଷ ଭଳି ଏମିତିକି ଏହି ଘଟଣା ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯିଵାରୁ ନିକଟସ୍ଥ ବିଭିନ୍ନ ପଞ୍ଚାୟତର ଲୋକମାନେ ଏହି ହରିଣକୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।ଅପରାହ୍ନ ୪ଟା ସାଢେ ୪ଟା ବେଳେ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବନବିଭାଗକୁ ହରିଣ ସମ୍ପର୍କରେ ଜଣାଇଥିଲେ।କିଛି ସମୟ ପରେ ବନବିଭାଗର ଜଗତସିଂହପୁର ଫରେଷ୍ଟର୍ ରାଜେନ୍ଦ୍ର ସାମନ୍ତରାୟ, ରାହାମା ଫରେଷ୍ଟର ସୁକାନ୍ତ ବେହେରା, କିଲିପାଳ ଫରେଷ୍ଟଗାର୍ଡ ଉଲ୍ଲାସ ସ୍ୱାଇଁ ଓ ଧଳତଙ୍ଗଗଡ ପାରା ଷ୍ଟାଫ୍ ଉକ୍ତ ଗ୍ରାମରେ ପହଂଚି ହରିଣଟିକୁ ଉଦ୍ଧାର କରି ନିକଟସ୍ଥ ଧଳତଙ୍ଗଗଡ ଜଙ୍ଗଲରେ ଛାଡିଥିବା ଜଣାପଡିଛି।

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ମାନବାଧିକାର କର୍ମୀ ଅସିତ୍ ରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତ ପ୍ରଭାବିତ ହୋଇଛି। ଏଥିନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତର ସମାଜସେବୀ ତଥା ମାନବାଧିକାର କର୍ମୀ ଅସିତ୍ ରଞ୍ଜନ ରାଉତରାୟ। ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଏବଂ ଲକ୍ ଡାଉନ୍ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି। ଏଥିସହିତ ତାଙ୍କ ନିଜସ୍ୱ ଉଦ୍ୟମରେ କିଛି ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ଗାଁ ପରିବେଶକୁ ସ୍ୱଚ୍ଛ କରିବା ପାଇଁ ଗାଁ ମାନଙ୍କରେ ବିଳଚିଂ ପକାଇଥିଲେ। ଏପରିକି ବାହାରୁ ଆସିଥିବା କିଛି ବ୍ୟକ୍ତିଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ଅସିତ୍ ଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ୍ ପ୍ରଶଂସା କରିଛନ୍ତି।