Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ
ଆଜିର ଖବର

ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ

February 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା  ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଉତ୍ତର ପ୍ରଦେଶର ଭରାଉଚ୍‌ଠାରେ ଥିବା ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତୌଉର ହ୍ରଦ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଭିଡିଓ  କନଫରେନ୍ସିଂ ମାଧ୍ୟମରେ ଆଜି କହିଛନ୍ତି ଯେ, ଭାରତ ଏବଂ ଭାରତୀୟତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ଇତିହାସ ବହିରେ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ। ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପଦାର୍ପଣ କରୁଥିବା ସମୟରେ ଭାରତ ଇତିହାସ ଲେଖକମାନଙ୍କର ତ୍ରୁଟିକୁ ବର୍ତ୍ତମାନ ସଂଶୋଧନ କରାଯାଉଛି। ଏଭଳି ଏକ ସନ୍ଦିକ୍ଷଣରେ ସେହି ବୀର ଓ ବୀରାଙ୍ଗନାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି।

ସେ କହିଛନ୍ତି ଯେ, ଔପନିବେଶିକ ଶକ୍ତି କିମ୍ବା ସେହିଭଳି ମନୋବୃତ୍ତି ରଖିଥିବା ଲୋକଙ୍କ ଦ୍ୱାରା ରଚିତ ଭାରତ ଇତିହାସ ଏକମାତ୍ର ଇତିହାସ ନୁହେଁ। ପିଢି ପିଢି ଧରି କିମ୍ବଦନ୍ତୀ ଏବଂ ଲୋକକଥାରେ ଗଡି ଆସିଥିବା ଇତିହାସର କାହାଣୀ ହିଁ ପ୍ରକୃତ ଇତିହାସ। ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଆଜାଦ୍ ହିନ୍ଦ୍ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସେ ହକ୍‌ଦାର ଥିବା ସମ୍ମାନ ଦିଆଯାଇଛି କି? ଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବାର ପର୍ଯ୍ୟନ୍ତ ସୁଦୃଢ କରିବା ଉଦ୍ୟମ ଯୋଗୁଁ ପରିଚିତ ନେତାଜୀଙ୍କୁ ଆମେ ସ୍ୱୀକୃତି ଦେଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫୦୦ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟର ମିଶ୍ରଣ କରାଇଥିବା ଯୋଗୁଁ ସର୍ଦ୍ଦାର ପଟେଲ ମଧ୍ୟ ବେଶ୍ ଜଣାଶୁଣା। ଆଜି ସର୍ଦ୍ଦାର ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ ପ୍ରତିମୂତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟ୍‌’ ଭାବରେ ଖ୍ୟାତ। ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଆମ୍ବେଦକର ଶୋଷିତ, ବଞ୍ଚିତ ଏବଂ ସମାଜର ନିମ୍ନବର୍ଗର ଲୋକଙ୍କ ପାଇଁ ସ୍ୱର ଉଠାଇଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିତ୍ୱକୁ ସବୁବେଳେ ରାଜନୀତିକ ଦୃଷ୍ଟି କୋଣରୁ ମୂଲ୍ୟାୟନ କରାଯାଇଛି। ଆଜି ଇଂଲଣ୍ଡରୁ ଭାରତ ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ସହିତ ସମ୍ପର୍କୀତ ଥିବା ସମସ୍ତ ସ୍ଥାନକୁ ‘ପଞ୍ଚତୀର୍ଥ’ ଭାବରେ ଉନ୍ନତିକରଣ କରାଯାଉଛି। ଏହିଭଳି ଅଗଣିତ ଲୋକଙ୍କୁ ବିଭିନ୍ନ କାରଣ ପାଇଁ ଉପଯୁକ୍ତ ସ୍ୱୀକୃତି ମିଳିନାହିଁ। ଚୌରୀ ଚୌରା ଘଟଣା ସହିତ ସମ୍ପର୍କୀତ ସାହସୀ ବ୍ୟକ୍ତିମାନଙ୍କୁ ଆମେ ଭୁଲି ଯାଇପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଠିକ୍ ସେହିପରି ମହାରାଜା ସୁହେଲ ଦେବଙ୍କର ଭାରତୀୟତାର ସୁରକ୍ଷା କ୍ଷେତ୍ରରେ ଥିବା ଅବଦାନକୁ ଅଣଦେଖା କରାଯାଇଛି। ପାଠ୍ୟପୁସ୍ତକଗୁଡିକରେ ଲିଖିତ ନ ଥିଲେ ମଧ୍ୟ ଅବୋଧ, ତରାଇ ଏବଂ ପୂର୍ବାଂଚଳ କ୍ଷେତ୍ରରେ ଥିବା ଲୋକକଥାରେ ମହାରାଜା ସୁହେଲ ଦେବ ଏବେ ବି ବଞ୍ଚିତ ରହିଛନ୍ତି। ଜଣେ ସମ୍ବେଦନଶୀଳ ଏବଂ ପ୍ରଗତିଶୀଳ ଶାସକ ଭାବରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026
Latest News

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.