ବସ୍ ଟ୍ରାକିଂ ଆପ୍ ‘ଚଲୋ’ରେ ୫୦ କୋଟି ନିବେଶ କରିବ ସାଓମି। ସାଓମିର ନିବେଶକାରୀ ସଂସ୍ଥାନ ସୁନ୍ଓ୍ବେଇ କ୍ୟାପିଟାଲ୍ ଗତବର୍ଷ ନଭେମ୍ବରରେ ୧.୨୧ ବିଲିୟନ୍ ଡଲାରର ଅର୍ଥରାଶି ଯୋଗାଡ କରିଥିଲା। ଏହି ରାଶିରୁ ୧ ବିଲିୟନ୍ ଡଲାର ଭାରତରେ ନିବେଶ କରାଯିବ ବାେଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା। ସାଓମି ଏବଂ ସୁନ୍ଓ୍ବେଇ କ୍ୟାପିଟାଲ୍ସ ସହିତ ଆଲୋଚନା ପରେ କମ୍ପାନୀର ୧୦ ପ୍ରତିଶତ ଅଂଶଧନ ସାଓମି କିଣିବ ବୋଲି ଚଲୋର ପ୍ରତିଷ୍ଠାତା ବିନାୟକ ଭବନାନୀ ଏବଂ ମୋହିତ ଦୁବେ ପ୍ରକାଶ କରିଛନ୍ତି। ଏହି ଆପ୍ ଦ୍ବାରା ଭାରତର ୧୫ଟି ଟାୟାର -୨ ଏବଂ ୩ ସହରରେ ବସ୍ ,ଟ୍ରେନ୍ ଏବଂ ମେଟ୍ରାେର ସୂଚନା ମିଳିଥାଏ। ଏହାକୁ ମିଶାଇ ସାଓମିର ଭାରତୀୟ ବଜାରରେ ଏହା ୧୧ ତମ ନିବେଶ ହୋଇଥିବା ବେଳେ ସୁନ୍ଓ୍ବେଇ ୧୭ଟି ଷ୍ଟାର୍ଟଅପ୍ରେ ନିବେଶ କରି ସାରିଛି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )