Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପଶ୍ଚିମବଙ୍ଗ: ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ, ଟିଏମସିକୁ ଘେରିଲା ବିଜେପି
ଅପରାଧ

ପଶ୍ଚିମବଙ୍ଗ: ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ, ଟିଏମସିକୁ ଘେରିଲା ବିଜେପି

March 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି।

ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର ମା’ ଥିଲେ, ଝିଅ ଥିଲେ। ବିଜେପି ସର୍ବଦା ମା’ ଏବଂ ଝିଅର ସୁରକ୍ଷା ପାଇଁ ଲଢେଇ ଜାରି ରଖିବ।

ଉଲ୍ଲେଖ ଯୋଗ୍ୟ ଯେ, ଉତ୍ତର ୨୪ ପରଗନା ଜିଲ୍ଲାର ନିମଟାରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ୮୫ ବର୍ଷିୟା ମା’ ଶୋଭା ମଜୁମଦାରଙ୍କ ଉପରେ ଆକ୍ରମଣ ହୋଇଥିଲା। ଶୋଭା କହିଥିଲେ ଯେ, ମୋ ପୁଅ ବିଜେପି କର୍ମୀ ସେଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଶୋଭା ମଧ୍ୟ ଗୁରୁତର ହୋଇପଡିଥିଲେ।

କିନ୍ତୁ ଶୋଭାଙ୍କ ଆଉ ଏକ ପୁଅ ବିଜେପି ଉପରେ ଅଭିଯୋଗ ଆଣିଥିଲେ। ବିଜେପି ସେମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଥିଲେ। ଏହାର ଏକ ଭିଡ଼ିଓ ଟିଏମସି ସାଂସଦ ନୁସରତ ଜହାଁ ସେୟାର କରିଥିଲେ।

କିନ୍ତୁ ଏହି ଭିଡ଼ିଓ ପରେ ଗୋବିନ୍ଦଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ଆକ୍ରମଣର ଶିକାର ହୋଇଥିବା ଗୋପାଳ କହିଥିଲେ। ଗୋବିନ୍ଦ ଜଣେ ଟିଏମସିର କର୍ମୀ ବୋଲି ସେ କହିଥିଲେ। ତେଣୁ ତାଙ୍କ ଦଳକୁ ରକ୍ଷା କରିବାକୁ ଯାଇ ସେ ବିଜେପି ଉପରେ ଅଭିଯୋଗ କରୁଛନ୍ତି ବୋଲି ଗୋପାଳ କହିଛନ୍ତି।

ଟିଏମସି ପଶ୍ଚିମବଙ୍ଗ ନିର୍ବାଚନ ବିଜେପି ବୃଦ୍ଧାଙ୍କ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.