ବିଜେପିର ବିରୋଧ ସତ୍ତ୍ବେ ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ୍

Published: Apr 6, 2019, 3:14 pm IST
nalini's nomination accepted

ବିଜୁ ଜନତା ଦଳର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି। ରିଟର୍ଣ୍ଣିଂ ଅଫିସର ଶୁଣାଣୀ କରି ତାଙ୍କର ପ୍ରାର୍ଥୀତ୍ୱକୁ କାଏମ ରଖିଛି। ଅନ୍ୟପକ୍ଷରେ ବେଆଇନଭାବେ ଶୁଣାଣୀ ହୋଇଥିବା ବିଜେପି ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି। ନଳିନୀ ପ୍ରଧାନଙ୍କ ନାଁରେ ଅଫିସ୍‌ ଅଫ୍‌ ପ୍ରୋଫିଟ୍‌ର ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବ। ଗତକାଲି କଂଗ୍ରେସର ଜୟଦେବ ବିଧାନସଭା ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଥିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts