Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋଲର ବ୍ରିଜ୍ ପାଖ ଘାଟରେ ବାଲିମାଫିଆ ସକ୍ରିୟ, ପ୍ରଶାସନ ନିଷ୍କ୍ରିୟ: ବିପୁଳ ରାଜସ୍ବ ହାନି
ଆଞ୍ଚଳିକ

କୋଲର ବ୍ରିଜ୍ ପାଖ ଘାଟରେ ବାଲିମାଫିଆ ସକ୍ରିୟ, ପ୍ରଶାସନ ନିଷ୍କ୍ରିୟ: ବିପୁଳ ରାଜସ୍ବ ହାନି

April 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କୋଲର ପଞ୍ଚାୟତ ସ୍ଥିତ କୋଲର ବ୍ରିଜ୍ ପାଖ ବାଲିଘାଟରୁ ବିନା ୱାଇ ଫର୍ମରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଡିବିିଡିବି ହେଇ ବାଜୁଥିବା ବେଳେ ପ୍ରଶାସନ ନିଷ୍କ୍ରିୟ ପାଲଟିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ କୋଲର ବ୍ରିଜ୍ ନିକଟରେ ଅରିଲୋ-ଜଇପୁର ଘାଟ ଓ ବିଳାସପୁର ଘାଟ ନାମକ ଦୁଇଟି ବାଲିଘାଟ ତିର୍ତ୍ତୋଲ ତହସିଲ୍ ପକ୍ଷରୁ ନିଲାମ ହୋଇଛି। ତିର୍ତ୍ତୋଲ ତହସିଲ୍ ପକ୍ଷରୁ ଉକ୍ତ ବାଲିଘାଟକୁ ପାଖାପାଖି ୨୫ ଦିନ ପୂର୍ବେ ଗୋଟିଏ ଲେଖାଁଏ ୱାଇଫର୍ମ ବହି ଦିଆଯାଇଥିବା ସୂଚନା ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଆଉ ନୂଆ ୱାଇଫର୍ମର ଆବଶ୍ୟକତା ପଡୁନାହିଁ କିପରି ବୋଲି କୁହାଯାଉଛି। ସୂଚନାନୁଯାୟୀ ଯଦି ଗୋଟିଏ ୱାଇଫର୍ମ ବହିରେ ୫୦ଟି ଫର୍ମ ରହୁଛି ଓ ଗୋଟିଏ ଫର୍ମରେ ଗୋଟିଏ ଗାଡି ଗୋଟିଏ ଥର ବାଲି ଉଠାଇ ପାରିବ ତେବେ ଦୈନିକ ହାଇୱା ଗାଡିରେ ଶତାଧିକ ଟ୍ରିପ୍ ବାଲି ଚାଲାଣ ହେଉଛି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମିତିକି ଉକ୍ତ ଘାଟରେ ହାଇୱା ଗାଡି ଗୁଡିକୁ ଲୋଡ୍ ଦେବା ପାଇଁ ଦୁଇଟି ମେସିନ୍ ଦିନଠୁ ରାତି ଯାଏ ପଡି ରହିଥିବା ବେଳେ ସଂନ୍ଧ୍ୟା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାଇୱା ଗାଡିରେ ଶତାଧିକ ଟ୍ରିପ୍ ବାଲି ବାହାରକୁ ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ କୁହାଯାଉଛି। ଏଥିସହିତ ଉକ୍ତ ବାଲିଘାଟ ନିଲାମଧାରୀ ମାନେ ଗୋଟିଏ ସ୍ଥାନରୁ ବାଲି ଉଠାଇବା ପାଇଁ ନିଲାମ ନେଇ ଅନ୍ଯ ସ୍ଥାନରୁ ବାଲି ଉଠାଉଛନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି।

କିଛି ଦୁର୍ନୀତିଖୋର୍ ଲାଞ୍ଚୁଆ ପ୍ରଶାସନିକ କର୍ମଚାରୀଙ୍କୁ ମୋଟା ଅଙ୍କର ମାସିକ ଦେଇ ସେମାନଙ୍କ ଠାରୁ ଅଭୟବର ପାଇ ବାଲି ମାଫିଆ ମାନେ ଏଠାରେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ଉକ୍ତ ବାଲି ମାଫିଆଙ୍କ ସହିତ ପ୍ରଶାସନର ଏପରି ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି କୋଲର ବ୍ରିଜ୍ ଠାରୁ ତାର୍ତ୍ତୋଲ ପଟ ରାସ୍ତାର ଅବସ୍ଥା ନକହିଲେ ଭଲ।

ଦୈନିକ ଉକ୍ତ ବାଲି ମାଫିଆ ମାନଙ୍କର ଶତାଧିକ ବାଲି ବୋଝେଇ ହାଇୱା ଏହି ରାସ୍ତାରେ ଯାତାୟତ କରିବା ଯୋଗୁଁ ରାସ୍ତାରୁ ପିଚୁ ଉଠି ମେଟାଲ୍ ବାହାରିଯିବା ସହିତ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ବାରମ୍ଵାର ଉକ୍ତ ରାସ୍ତାଟି ମରାମତି ହେଉଥିଲେ ମଧ୍ୟ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଚାଲିବା ଯୋଗୁଁ ରାସ୍ତାଟି ପୁଣି ଛତୁର୍ଛାଳ ହେଇଯାଉଛି ବୋଲି କୁହାଯାଉଛି। ଏନେଇ ସ୍ଥାନୀୟ ଆର୍.ଆଇ ଏବଂ ତହସିଲ୍ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଶୁଣିବାକୁ ମିଳୁଛି।

ପ୍ରଶାସନ ନିଷ୍କ୍ରିୟ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.