ଗୁଗୁଲ୍‌ ଏବଂ ଆପଲ୍‌ ପରେ ସ୍ନାପ୍‌ର ମଲ୍ଟିପ୍ଲେୟାର ଗେମିଙ୍ଗ ପ୍ଲାଟ୍‌ଫର୍ମ

Published: Apr 6, 2019, 3:51 pm IST
snap to launch gaming platform

ଗୁଗୁଲ୍‌ ଏବଂ ଆପଲ ପରେ ତୃତୀୟ କମ୍ପାନୀ ଭାବରେ ସ୍ନାପ୍‌ ଗେମିଙ୍ଗ ବଜାରରେ ପ୍ରବେଶ କରିଛି । ସ୍ନାପ୍‌ଚାଟ୍‌ର ଏହି ସହଯୋଗି କମ୍ପାନୀ ଖୁବଖ ଶୀଘ୍ର ଗେମିଙ୍ଗ ବଜାରରେ ପ୍ରବେଶ କରିବ ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ନୂତନ ବୈଶିଷ୍ଟ୍ୟ ସହିତ ଏହାର ନୂତନ ପ୍ଲାଟଫର୍ମ ଲଞ୍ଚ ହେବାକୁ ଯାଉଥିବା ବେଳେ ଅନ୍ୟ କମ୍ପାନୀର ଗେମ୍‌ ଗୁଡିକ ମଧ୍ୟ ଖେଳିହେବ ବୋଲି ସ୍ନାପ୍‌ ପକ୍ଷରୁ କୁହାଯାଇଛି । ଗେମ୍‌ କ୍ଲୋଜର, ପିକ୍‌ ପକ୍‌, ସ୍ପ୍ରାଏ ଫକ୍ସ, ଜେପ୍ଟୋଲାବ୍‌ ଏବଂ ଜାଇଙ୍ଗା ପ୍ରଭୃତି କମ୍ପାନୀର ଗେମ୍‌ ମଧ୍ୟ ଖେଳାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆସନ୍ତା ସପ୍ତାହରୁ ସ୍ନାପ୍‌ଚାଟ୍‌ ଗେମ୍‌ରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି ।

Related posts