ଦୁଇ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Published: Apr 6, 2019, 3:50 pm IST

ବିଜେପି  ଦୁଇ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜଗତସିଂହପୁର ଲୋକସଭା ଆସନରୁ ଦଳ କଂଗ୍ରେସରୁ ଆସି ଦଳରେ ଯୋଗ ଦେଇଥିବା ବିଭୁ ପ୍ରସାଦ ତରାଇଙ୍କୁ ପ୍ରାର୍ଥୀ କରିଛି। ସେହିପରି କାକଟପୁର ବିଧାନସଭା ପାଇଁ ପୂର୍ବତନ ବିଧାୟକ ତଥା ଦୁଇଦିନ ତଳେ ଦଳରେ ଯୋଗ ଦେଇଥିବା ରବି ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ଦଳ ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ବିଜେପି ଓଡିଶା ପାଇଁ ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନ ନିମନ୍ତେ ଏହାର ପ୍ରାର୍ଥୀ ଘୋଷଣା କରିସାରିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts