Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଜି ରାତିରୁ ଲାଗୁ ହେବ ଜନତା କର୍ଫୁ, ଜାଣନ୍ତୁ କଣ ହେବ ବନ୍ଦ ଓ ଖୋଲା
ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଜି ରାତିରୁ ଲାଗୁ ହେବ ଜନତା କର୍ଫୁ, ଜାଣନ୍ତୁ କଣ ହେବ ବନ୍ଦ ଓ ଖୋଲା

April 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ଆଜି ରାତି ଆଠଟାରୁ ମହାରାଷ୍ଟ୍ର ଲାଗୁ ହେବ ଜନତା କର୍ଫୁ। 15 ଦିନ ପାଇଁ ଏହା ଲାଗୁ ହେବ। ମଙ୍ଗଳବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନାର ସ୍ଥିତି ଯେପରି ଅଛି ତାହାକୁ ମୁକାବିଲା କରିବା ପାଇଁ ଲକ ଡାଉନ ନିହାତି ଆବଶ୍ୟକ। ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଜନତା କଫ୍ୟୁ ଲଗାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହା 144 ଧାରା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଣ ରହିବ ଖୋଲା

ଆଗାମୀ 15 ଦିନ ପାଇଁ, କେବଳ ଜରୁରୀ ସେବା ସକାଳ ସାତରୁ ରାତି ଆଠ ପର୍ଯ୍ୟନ୍ତ ଖୋଲା ରହିବ।

ଡାକ୍ତରଖାନା, କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟର, ମେଡିକାଲ୍ ବୀମା କାର୍ଯ୍ୟାଳୟ, ମେଡିକାଲ୍ ଷ୍ଟୋର୍, ଫାର୍ମା କମ୍ପାନୀ ଏବଂ ଅନ୍ୟାନ୍ୟ ଚିକିତ୍ସା ସ୍ୱାସ୍ଥ୍ୟ ସେବା ଜାରି ରହିବ ।

ଜନସାଧାରଣ ପରିବହନରେ ବିମାନ ସେବା, ସ୍ଥାନୀୟ ଟ୍ରେନ୍, ବସ୍, ଅଟୋ ଟ୍ୟାକ୍ସି କାର୍ଯ୍ୟକ୍ଷମ ରହିବ, କିନ୍ତୁ କେବଳ ଜରୁରୀ ସେବାରେ ନିୟୋଜିତ କାର୍ଯ୍ୟ ବା ଲୋକଙ୍କୁ ଏଥିରେ ଯାତ୍ରା କରିବାକୁ ଅନୁମତି ଦିଆଯିବ, ଅନ୍ୟମାନଙ୍କୁ ନୁହେଁ।

ପ୍ରାଣୀ ଚିକିତ୍ସା ସେବା, ପଶୁ ଯତ୍ନ ଆଶ୍ରୟସ୍ଥଳୀ ଏବଂ ପୋଷା ଖାଦ୍ୟ ଦୋକାନ ଖୋଲା ରହିବ।

ଖାଦ୍ୟ ସାମଗ୍ରୀ, ପନିପରିବା ଦୋକାନ, ଫଳ ଦୋକାନ, ଦୁଗ୍ଧ, ବେକେରୀ ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ଖୋଲା ରହିବ । –

ଅନ୍ୟ ଦେଶର କୂଟନୀତି କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ।

ସମସ୍ତ ବ୍ୟାଙ୍କ ସମ୍ବନ୍ଧୀୟ ସେବା ଜାରି ରହିବ ।

ବ୍ୟାଙ୍କିଂ ଏବଂ ଇ-ବାଣିଜ୍ୟ (କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ) ସେବା ଜାରି ରହିବ ।

ହୋଟେଲ, ବାର୍, ରେଷ୍ଟୁରାଣ୍ଟ ଏବଂ ଷ୍ଟ୍ରିଟ୍ ଦୋକାନଗୁଡିକ ହୋମ ଡେଲିଭରି ପାଇଁ ଖୋଲା ରହିବ । ସେଠାରେ ବସି ଖାଇ ପାରିବେ ନାହିଁ ।

ଶ୍ରମିକମାନଙ୍କ ପାଇଁ ନିର୍ମାଣ ସ୍ଥଳରେ ରହିବାକୁ ବ୍ୟବସ୍ଥା କରାଯିବା ଉଚିତ, ସେମାନେ ଯିବାଆସିବା କରିପାରିବେ ନାହିଁ।

ସମସ୍ତ ଗଣମାଧ୍ୟମ ସମ୍ବନ୍ଧୀୟ ସେବା ଜାରି ରହିବ ।

ପେଟ୍ରୋଲ ପମ୍ପ, କାର୍ଗୋ ସେବା ଏବଂ ଆଇଟି ସମ୍ବନ୍ଧୀୟ ସେବା ଜାରି ରହିବ।

କ’ଣ ବନ୍ଦ ହେବ

ଧାରା 144 ରାଜ୍ୟରେ 15 ଦିନ ବଳବତ୍ତର ରହିବ, କୌଣସି ଜରୁରୀ କାମ ନ ହେଲେ ଯିବାଆସିବା ବନ୍ଦ ରହିବ।

ସିନେମା ହଲ୍, ପ୍ରେକ୍ଷାଳୟ, ମନୋରଞ୍ଜନ ପାର୍କ, ଭିଡିଓ ଗେମ୍ ପାର୍ଲର ଇତ୍ୟାଦି ବନ୍ଦ ରହିବ।

ଜିମ୍, ସୁଇମିଂ ପୁଲ୍, କ୍ଲବ୍ ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବନ୍ଦ ରହିବ।

ଚଳଚ୍ଚିତ୍ର, ସୁଟିଂ, ସିରିଏଲର ସୁଟିଂ ବନ୍ଦ ରହିବ।

ସ୍ପା, ସେଲୁନ୍, ବିୟୁଟି ପାର୍ଲର ଇତ୍ୟାଦି ବନ୍ଦ ରହିବ ।

ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ ।

ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ ।

ମହାରାଷ୍ଟ୍ର ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ’: ମମତା ବାନାର୍ଜୀଙ୍କ ବଡ଼ ବିବୃତ୍ତି

May 5, 2026

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026
Latest News

ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ

May 5, 2026

‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ’: ମମତା ବାନାର୍ଜୀଙ୍କ ବଡ଼ ବିବୃତ୍ତି

May 5, 2026

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.