ଦିଲ୍ଲୀ ଓ ହରିୟାଣାରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମହାମେଣ୍ଟ!

Published: Apr 6, 2019, 7:04 pm IST

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ କରି ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ମେଣ୍ଟ ହୋଇଛି। ଦିଲ୍ଲୀରେ ୭ଟି ଲୋକସଭା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ମେଣ୍ଟ ପାଇଁ କଂଗ୍ରେସ ଅସହମତି ରହିଥିବାବେଳେ ଶେଷରେ ଏହି ମେଣ୍ଟ ସପକ୍ଷରେ ରହିଛି କଂଗ୍ରେସ। ଦିଲ୍ଲୀରେ କଂଗ୍ରେସ ୩ଟି ସିଟ୍‌ ଓ ଆପ୍‌ ୪ଟି ସିଟ୍‌ରେ ନିର୍ବାଚନ ଲଢିବା ନେଇ ବୁଝାମଣା ହୋଇଛି। ସେହିପରି ହରିୟାଣାରେ ଆପ୍‌ ଗୋଟିଏ ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବାବେଳେ ୯ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ଆପ୍‌ ଓ କଂଗ୍ରେସର ମେଣ୍ଟକୁ ନେଇ କଂଗ୍ରେସ ଭିତରେ ଅସହମତି ପ୍ରକାଶ ପାଇଥିଲା। ତେବେ ବିଜେପିର ଗତିରୋଧ କରିବାକୁ ପରିଶେଷେର ଆପ୍‌ ଓ କଂଗ୍ରେସ ମେଣ୍ଟ କରିଛନ୍ତି। ଏହି ମେଣ୍ଟକୁ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲା। ତେବେ ଏହି ମେଣ୍ଟ କରିବା ସହ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲା ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ସମର୍ଥନ ଦେବାପାଇଁ କଂଗ୍ରେସର ସହମତି ମଧ୍ୟ ଲୋଡିଛନ୍ତି ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts