Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବୋରିଗାଁ ଦଳ ବିଜେତା ଘୋଷିତ
ଆଞ୍ଚଳିକ

ବାଣପୁରରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବୋରିଗାଁ ଦଳ ବିଜେତା ଘୋଷିତ

April 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟାଦଶତମ ସଂସ୍କରଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବୋରିଗାଁର ଇଲେଭେନ ଷ୍ଟାର କ୍ଲବ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ବୋରିଗାଁ ଦଳ ଫାଇନାଲରେ ବିଜେତା ଘୋଷିତ ହୋଇଛି।

ଫାଇନାଲ ମ୍ୟାଚ ବୋରିଗାଁ ଏବଂ ଗଙ୍ଗାଧରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ବୋରିଗାଁ ୭୦ ରନ ଲକ୍ଷ୍ୟକୁ ପୂରଣ କରି ବିଜୟ ହାସଲ କରିଥିଲା। କଡା ଟକ୍କର ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ବଲରେ ବୋରିଗାଁ ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ଚୌକା ମାରି ଦଳକୁ ବିଜୟ କରିଥିଲେ।

ଦଳର ନେତୃତ୍ଵ ଚନ୍ଦନ ବରାଳ ନେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଗଙ୍ଗାଧରପୁରକୁ ହରାଇ ବୋରିଗାଁ ଚମ୍ପିୟାନ ହୋଇଛି। ଗଙ୍ଗାଧରପୁର ଦଳ ଖେଳୁଆଡ ମନୋଭାବ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିଲା। ଶେଷ ଦୁଇଟି ବଲରେ ବୋରିଗାଁ ଦଳକୁ ଜିତିବା ପାଇଁ ୫ ରନ ବାକି ଥିବା ବେଳେ ଯୁବ ଖେଳାଳି ସନ୍ତୋଷ ଲଗାତର ୨ ଟି ଚୌକା ମାରି ଦଳକୁ ବିଜୟ କରିବାରେ ସକ୍ଷମ ହୋଇଥିଲେ।

ତେବେ ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା ତ୍ରିଲୋଚନ ଜେନା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଶତ୍ରୁଘ୍ନ (କୁନା) ବିଶ୍ଵାଳ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।

କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026

ଦେଶର ନୂତନ ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ

June 13, 2026

ପ୍ରବଳ ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚର ଟସ୍ ରେ ବିଳମ୍ବ: ଜାଣନ୍ତୁ କଟ-ଅଫ୍ ସମୟ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.