ଭାରତୀୟ ସେନାରେ ସାମିଲ ହେଲା ଦେଶୀ ବୋଫର୍ସ କମାଣ ଧନୁଷ

Published: Apr 8, 2019, 3:43 pm IST
INDIAN ARMY GOT KAMAN DHANUS

ଭାରତୀୟ ସେନାକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଧନୁଷ କମାଣ ମିଳିଛି। ସୋମବାର ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଛି। ୧୯୮୦ ମସିହାରେ କିଣା ଯାଇଥିବା  ବୋଫର୍ସ କମାଣର ବୈଷୟିକ କୌଶଳରେ ଏହି କମାଣ ନିର୍ମାଣ କରାଯାଇ ଥିବାରୁ ଏହାକୁ ଦେଶୀ ବୋଫର୍ସ ବୋଲି କୁହାଯାଉଛି। ମୋଦି ସରକାରଙ୍କ ସମୟରେ ସ୍ବଦେଶୀ କୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ପ୍ରାଧାନ୍ୟ ଦିଆଯାଉଥିବାବେଳେ ପୂର୍ବରୁ ସେନାରେ କେ-୨ ବଜ୍ର ଏବଂ ଏମ୍‌ – ୭୭୭ ଅଲ୍‌ଟ୍ରା ଲାଇଟ୍‌ ସାମିଲ୍‌ କରାଯାଇଥିଲା। ଜବଲପୁରରେ ରହିଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡରେ ବୋଫର୍ସ ନକ୍ସାରୁ ଏହି କମାଣ ପ୍ରସ୍ତୁତ କରାଯାଇଛି। ପ୍ରାରମ୍ଭିକ ଭାବରେ ସେନା ପକ୍ଷରୁ ୧୧୦ଟି ଧନୁଷ କମାଣ କିଣାଯାଇଛି। ଭାରତରେ ନିର୍ମାଣ କରାଯାଇଥିବା ଧନୁଷ ପ୍ରଥମ ଦୂରଗାମୀ ଲକ୍ଷ୍ୟଭେଦ କରିପାରୁଥିବା ବନ୍ଧୁକ ଯାହାକି ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts