Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ନବୀନ, କହିଲେ ମୋ ସ୍ବାସ୍ଥ୍ୟ ଖରାପ ବୋଲି ସେ ହିଁ କରିଥିଲେ ଅପପ୍ରଚାର, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା
ଆଜିର ଖବର

ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ନବୀନ, କହିଲେ ମୋ ସ୍ବାସ୍ଥ୍ୟ ଖରାପ ବୋଲି ସେ ହିଁ କରିଥିଲେ ଅପପ୍ରଚାର, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

April 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଯେଉଁ ଅପପ୍ରଚାର ହୋଇଥିଲା, ତାହାର ଗୁମର ଖୋଲିଛନ୍ତି ଖୋଦ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ ବୈଜୟନ୍ତଙ୍କ ଷଢଯନ୍ତର ଖୁଲାସା କରିଛନ୍ତି। ନବୀନ କହିଛନ୍ତି ଯେ, ପୂର୍ବେ ମୋର ଦେହ ଖରାପ ଅଛି ବୋଲି ଗଣମାଧ୍ୟମରେ ଯେଉଁ ପ୍ରଚାର କରାଯାଇଥିଲା, ତାହାର ମୂଳରେ ଥିଲେ ବୈଜୟନ୍ତ ପଣ୍ଡା। ନବୀନଙ୍କ ଏପରି ଖୁଲାସା ପରେ ବର୍ତ୍ତମାନ ରାଜ୍ୟ ରାଜନିତୀରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କାରଣ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଅପପ୍ରଚାର କରି ତାଙ୍କର ଗୁରୁତ୍ବକୁ ହ୍ରାସ କରିବା ପାଇଁ ସେତେବେଳେ ବୈଜୟନ୍ତ ଚାହୁଁଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସ ଜୈନ ନବୀନ ନିବାସରେ ନବୀନଙ୍କ ସାକ୍ଷାତକାର ନେଇଛନ୍ତି। ଆଉ ସେ ଏପରି ସମୟରେ ନେଇଛନ୍ତି ଯେତେବେଳେ ନବୀନ ବ୍ୟାୟମ କରୁଥିଲେ। ଶ୍ରୀନିବାସ ପଚାରିଛନ୍ତି ଯେ, ସେ ଏପରି ବ୍ୟାୟମ ପ୍ରକୃତରେ କରନ୍ତି ନା ଆଜି କ୍ୟାମେରା ପାଇଁ ଏପରି କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ ନା ସେ ପ୍ରାୟ ଏପରି ବ୍ୟାୟମ ବହୁ ବର୍ଷ ଧରି କରିଆସୁଛନ୍ତି। ଏହାପରେ ଶ୍ରୀନିବାସଙ୍କ ପ୍ରଶ୍ନ ଥିଲା ଯେ, ତେବେ ହଠାତ ଗଣମାଧ୍ୟମରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଏକ ପ୍ରଚାର କରାଯାଇଥିଲା। ତାହାର ଉତ୍ତରରେ ନବୀନ ଖୋଲାଖୋଲି ବୈଜୟନ୍ତଙ୍କ ଷଢଯନ୍ତ୍ର ବୋଲି କହିଥିଲେ।

ଗତ 2017 ମସିହା ଫେବୃୟାରୀ 17 ତାରିଖରେ ଏକ ଡିଜିଟାଲ ମିଡିଆରେ ପ୍ରକାଶ ପାଇଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଆଉ ଚଳପ୍ରଚଳ କରିପାରୁ ନାହାଁନ୍ତି। ନୂଆଦିଲ୍ଲୀ ଯାଇ ଚିକିତ୍ସା କରିବା ପାଇଁ ବନ୍ଦୋବସ୍ତ ଚାଲିଛି। ଏହି ଖବର ପ୍ରକାଶିତ ହେବା ପରେ ତାକୁ ଆଧାର କରି ବୈଜୟନ୍ତଙ୍କ ଗଣମାଧ୍ୟମ ସେତେବେଳେ ଏହି ଖବରକୁ ବାରମ୍ବାର ପ୍ରସାରଣ କରିଥିଲା। ଏପରିକି ଏହି ଚ୍ୟାନେଲରେ ରିପୋର୍ଟରଙ୍କ ଲାଇଭ ଏପରି ନିଆଯାଇଥିଲା ଯେ, ଲାଗିଲା ସତେ ଯେମିତି ନବୀନଙ୍କ ସ୍ବାସ୍ଥ୍ୟ ବହୁ ଗୁରୁତର ହୋଇପଡିଛି। ଏପରି ଖବର ପରେ ଖୋଦ ନବୀନ ବାହାରକୁ ଆସି ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ।

ସେତେବେଳେ ଏହି ଖବର ବୈଜୟନ୍ତଙ୍କ ଚ୍ୟାନେଲରେ ବାରମ୍ବାର ପ୍ରସାରଣ ହେବାର ଯେଉଁମାନେ ଦେଖିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ। କାରଣ ଥିଲା ସତରେ ଯଦି ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ତେବେ ଅନ୍ୟ ନ୍ୟୁଜ ଚ୍ୟାନେଲ ମଧ୍ୟ ଏହାକୁ ପ୍ରସାରଣ କରୁଥିବେ। ହେଲେ ସେତେବେଳେ କେବଳ ବୈଜୟନ୍ତଙ୍କ ଚ୍ୟାନେଲକୁ ଛାଡିଦେଲେ ଅନ୍ୟମାନେ ଏହି ଖବର ନେଉ ନ ଥିଲେ। ଫଳରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଖବର ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ତନାଘନା କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ହିଁ ସନ୍ଦେହ କରିଥିଲା। ବୈଜୟନ୍ତଙ୍କ ହାବଭାବ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସେହି ଦିନଠାରୁ ଅନୁଧ୍ୟାନ କରିଆସୁଥିଲେ। ପ୍ରମାଣ ଥାଉ କି ନ ଥାଉ ବୈଜୟନ୍ତଙ୍କ ଏପରି କାରାସାଦୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ନବୀନଙ୍କ ପରେ ସେ ବିଜେଡିର ମଙ୍ଗ ଧରିବେ। ଏହା ଖୋଦ ନବୀନ ଜାଣିବା ପରେ ଟାଣୁଆ ବୈଜୟନ୍ତଙ୍କ ଟାଣ ପଣ ଭାଙ୍ଗି ଦଳରୁ ବହିସ୍କାର କରିଦେଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA, ଏହି ଆପ୍ ଡାଇନଲୋଡ ପରେ ଟିପରେ ସ୍କ୍ରନକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର )

election jayapanda naveenfitness odishaelection
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.