Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟକର ବିଭାଗ ଚଢାଉ : ୨୮୧ କୋଟିର ହଓ୍ବାଲା ଅର୍ଥ ଜବତ
ଆଜିର ଖବର

ଆୟକର ବିଭାଗ ଚଢାଉ : ୨୮୧ କୋଟିର ହଓ୍ବାଲା ଅର୍ଥ ଜବତ

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
it department raid in madhyapradesh and delhi
it department raid in madhyapradesh and delhi

ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା। ଯାହ ଦ୍ବାରା ୨୮୧ କୋଟି ଟଙ୍କାର ହଓ୍ବଲା ନେଟ୍ଓ୍ବର୍କ ଅର୍ଥ ମିଳିଥିବା ବେଳେ ୧୪ କୋଟି ଟଙ୍କାର ନଗଦ ଅର୍ଥ ମିଳିଥିଲା। ଆଜି ପୁନର୍ବାର ଜାରି ରହିଥିବା ଏହି ରେଡ୍‌ରୁ ଆଉ ୨୦ କୋଟି ଟଙ୍କା ଜବତ କରାଯାଇଛି। ଏକ ଗାଡିରେ ଦିଲ୍ଲୀର ଏକ ରାଜନୈତିକ ଦଳର ମୁଖ୍ୟାଳୟକୁ ଏହି ଅର୍ଥ ନିଆଯାଉଥିଲା ବୋଲି ଆୟକର ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ସହିତ ଏହି ଚଢାଉରେ ୨୫୨ ବୋତଲ ମଦ ଜବତ କରାଯାଇଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୦ ରୁ ଅଧିକ କମ୍ପାନୀର ୨୩୦କୋଟି ଟଙ୍କାର ତଥ୍ୟ ହାସଲ ହୋଇଥିବା ବେଳେ  ଦିଲ୍ଲୀର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅନେକ ବେନାମୀ ସମ୍ପତ୍ତି ଠାବ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଆୟକର ବିଭାଗ ରବିବାର ଦିନ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଏବଂ ଗୋଆର ପ୍ରାୟ ୫୦ ଟି ସ୍ଥାନର ଏକକାଳୀନ ଚଢାଉ କରିଥିଲେ। ଏହି ରେଡରେ ଏମପି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅନେକ ନିକଟତରଙ୍କ ଅଫିସ ଏବଂ ଘରେ ରେଡ କରାଯାଇଥିଲା। ଏହା ମଧ୍ୟରେ କମଲନାଥଙ୍କ ପୁତୁରା ରତୁଲ୍‌ ପୁରୀ, ପ୍ରବୀଣ କକ୍କଡ ଏବଂ ରାଜେନ୍ଦ୍ର କୁମାର ମିଗ୍‌ଲାନୀ ଅନ୍ତର୍ଭୁକ୍ତ। କମଲନାଥ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରି କହିଥିଲେ ଯେ ସାଧାରଣ ନିର୍ବାଚନ ସମୟରେ ଏହିପରି ପଦକ୍ଷେପ ହେବ ବୋଲି ଆମେ ଜାଣିଥିଲୁ, ଅନ୍ୟପଟେ ବିଜେପି କହିଛି ଯେ କମଳନାଥ ନିଜର ସହଯୋଗୀଙ୍କୁ ସଂରକ୍ଷଣ ଦେଉଥିବା ଗମ୍ଭୀର ଅଭିଯୋଗ ଲଗାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

delhi itdepartment mp raid thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.