Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB

June 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର ତିନିଜଣ

ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ବେଶୀ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ସଂପ୍ରସାରଣର ଆଶା ଓ ଆଶଙ୍କା ଭିତରେ ଓଡିଶାର ଭାଗ୍ୟ କଣ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ନୂଆଦିଲ୍ଲୀର ରାଜନୈତିକ ହାୱା ଅନୁସାରେ ଓଡିଶାର ତିନିଜଣଙ୍କ ନାମ କୁଆଡେ କେନ୍ଦ୍ର ଦରବାରରେ ବେଶ୍ ଚର୍ଚ୍ଚା ଚାଲିଛି। ସେମାନେ ହେଲେ 2AB।  ଅପରାଜିତା ଷଡଙ୍ଗୀ, ଅଶ୍ବନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ତାଙ୍କର ଆସାମ ସଫଳତା ଏହି ମନ୍ତ୍ରୀ ପଦ ଆଣିବ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ ଏବେ ମନ୍ତ୍ରୀ କରି, ପରେ କୌଣସି ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନିତ କରାଯିବ ବୋଲି ବିଚାର ଚାଲିଛି। ଆସାମ ନିର୍ବାଚନର ସଫଳତା ପରେ ବୈଜୟନ୍ତଙ୍କ କ୍ଷମତା ଦିଲ୍ଲୀ ଦରବାରରେ ବେଶ୍ ବୃଦ୍ଧି ପାଇଛି। ଏଥିସହିତ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଜୟନ୍ତଙ୍କ ଘନିଷ୍ଠତା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବ। ସେଥିପାଇଁ ତାଙ୍କ ନାମ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ସେହିପରି ଆଉ ଦୁଇ ସାଂସଦ ଅଶ୍ବନୀ ବୈଷ୍ଣବ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଯଦି ଓଡିଶା ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ଦରବାରରେ କାହାର ସବୁଠୁ ବେଶୀ ଦବଦବା ଥାଏ ତେବେ ସେ ହେଉଛନ୍ତି ସାଂସଦ ଅଶ୍ବନୀ ବୈଷ୍ଣବ। ରାଜ୍ୟସଭା ସଦସ୍ୟ ଭାବେ ସେ ବିଜେପିର ପ୍ରାର୍ଥ ହୋଇ ବିଜେଡିର ସମର୍ଥନ ହାସଲ କରିଥିଲେ। ସେଥିପାଇଁ ଓଡିଶାର ଯଦି କାହାକୁ ନୂଆ ମନ୍ତ୍ରୀ କରାଯାଏ ତେବେ ସେ ଅଶ୍ବନୀ ବୈଷ୍ଣବ ହେବେ ବୋଲି ଆଶା କରାଯାଉଛି।

ସେହିପରି ଓଡିଶା ରାଜନୀତି ସମ୍ଭାଳିବା ପାଇଁ ଅପରାଜିତାଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନୂଆଦିଲ୍ଲୀରେ ଥିବା ତାଙ୍କର ରାଜନୈତିକ ଗୁରୁମାନେ ଲବି କରୁଛନ୍ତି ବୋଲି ଜଣାପଡିଛି। ଅପରାଜିତ ସିଧା ଦିଲ୍ଲୀ ଲବିରେ ଓଡିଶା ରାଜନୀତିରେ ପ୍ରବେଶ କରିଛନ୍ତି। ଓଡିଶାରେ ସେ ଯାହା କରୁଛନ୍ତି ସେଥିରେ ଦିଲ୍ଲୀର ଗୋଟିଏ ଶକ୍ତି କେନ୍ଦ୍ରର ଆର୍ଶିବାଦ ରହିଛି।

ଫଳରେ ଏକଲା ଚଲୋ ନ୍ୟାୟରେ ଅପରାଜିତା ନିଜେ ସଂଗଠନ କରି ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ସେଥିପାଇଁ ଓଡିଶା ସଂଗଠନକୁ ମଜବୁତ କରିବା ପାଇଁ ଅପରାଜିତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଦଳବଦଳ ଭିତରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବଳି ପଡିଯାଇ ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

ଅଦଳବଦଳ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ବ୍ରହ୍ମପୁର ରେଳ ଷ୍ଟେସନର ହେବ ଆଧୁନିକୀକରଣ; ୩ଟି ନୂଆ ଲାଇନ ସହ ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ

April 22, 2026
Latest News

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.