Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ନେକ୍ସଟ୍’, ଜାଣନ୍ତୁ କଣ ଏଥିରେ ରହିଛି
ଜାତୀୟ ଖବର

ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ନେକ୍ସଟ୍’, ଜାଣନ୍ତୁ କଣ ଏଥିରେ ରହିଛି

June 24, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ 'ଜିଓଫୋନ୍ ନେକ୍ସଟ୍', ଜାଣନ୍ତୁ କଣ ଏଥିରେ ରହିଛି

ଭୁବନେଶ୍ୱର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।

ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍‌ର ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍‌କୁ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍‌-ନେକ୍ସଟ ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମଧ୍ୟ ଆପ୍ ଡାଉନ୍‌ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍‌ରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍‌କୁ ମୁକେଶ ଅମ୍ବାନି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ଅଭିହିତ କରିଛନ୍ତି । ଗତବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେ “ଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ ।

ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ “ଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି ।

ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌, ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।”

ଜିଓ-ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ବ୍ୟାପକ ପରିବର୍ତନ ଆଣିବ। ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ । ହାଇ ସ୍ପିଡ୍‌, ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ବଢ଼ାଇବ ।

ଗୁଗୁଲ୍ ଜିଓଫୋନ୍ ନେକ୍ସଟ୍ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.