Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି
ଜାତୀୟ ଖବର

କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

June 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି ।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଯାହାକି ମାଲେସିଆ, ସାଉଦି ଆରବ ଏବଂ କାନାଡ଼ାର ମୋଟ ଜନସଂଖ୍ୟା ଠାରୁ ସୁଦ୍ଧା ଅଧିକ। ସମୀକ୍ଷା ବୈଠକରେ ଆହୁରି ଆଲୋଚନା କରାଯାଇଥିଲା ଯେ ଦେଶର ୧୨୮ଟି ଜିଲ୍ଲାରେ ୪୫+ ବର୍ଷରୁ ଅଧିକ ଆୟୁବର୍ଗର ୫୦%ରୁ ଅଧିକ ନାଗରିକଙ୍କୁ ଟିକାକରଣ କରାଯାଇସାରିଛି ଏବଂ ୧୬ଟି ଜିଲ୍ଲାରେ ୪୫+ ଆୟୁ ବର୍ଗର ଲୋକଙ୍କ ଟିକାଦାନ ମାତ୍ରା ୯୦%ରୁ ମଧ୍ୟ ଅଧିକ ହୋଇସାରିଛି ।

ଦେଶରେ ଟିକାକରଣର ମାତ୍ରାରେ ଘଟିଥିବା ବୃଦ୍ଧିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାତ୍ରାକୁ ଜାରି ରଖିବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସୂଚନା ଅନୁସାରେ ଲୋକମାନଙ୍କ ନିକଟରେ ଟିକାକରଣ ନିମନ୍ତେ ପହଞ୍ଚିବା ସକାଶେ ଅଭିନବ ଉପାୟମାନ ଅବଲମ୍ବନ ନିମନ୍ତେ ସେମାନେ ଏବେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଅଭିନବ ଏନଜିଓ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନଙ୍କୁ ଏହି କାର‌୍ୟ୍ୟରେ ସାମିଲ କରିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ ଏହା ସୁନିଶ୍ଚିତ କରାଯିବା ଜରୁରି ଯେ ଟେଷ୍ଟିଂ ମାତ୍ରା ଯେଭଳି ହ୍ରାସ ନ ପାଏ । କାରଣ ଯେକୌଣସି କ୍ଷେତ୍ରରେ ସଂକ୍ରମଣକୁ ଆୟତ୍ତ କରିବା ସକାଶେ ଟ୍ରାକିଂ ଏବଂ କଣ୍ଟେନମେଣ୍ଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତିଯେ କୋୱିନ୍ ପ୍ଲାଟଫର୍ମ ପ୍ରତି ଏବେ ବିଶ୍ୱବ୍ୟାପୀ ଆଗ୍ରହ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଯେଉଁସବୁ ରାଷ୍ଟ୍ରମାନେ କୋୱିନ୍ ଭଳି ଭାରତର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।

କରୋନା କରୋନା ସମୀକ୍ଷା ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.