ଜମିବାଡ଼ି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ଜଣେ ଯୁବକ ମୃତ

Published: Jul 4, 2021, 10:57 pm IST

କନ୍ଦର୍ପ ବେହରା
ରେଢ଼ାଖୋଲ: ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଂଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ,ଆଜି ରାତି ୮ଟା ୩୦ ମିନିଟରେ ରେଢ଼ାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ନିଲୁ ସାହୁ (୨୮ବର୍ଷ )ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ନିଲୁଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Related posts