ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Published: Aug 19, 2021, 3:12 pm IST

ଭୁବନେଶ୍ବର, ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ତେବେ ଏଥର ବିବାଦ କୌଣସି ରାଜନୈତିକ ନୁହେଁ, ସଂପୂର୍ଣ୍ଣ ପାରିବାରିକ। ସାଂସଦଙ୍କ ବିରୋଧରେ ତାଙ୍କ ପୁତ୍ର ବଧୁ ଆଣିଛନ୍ତି ଗୁରୁତର ଅଭିଯୋଗ। ତାହା ହେଲା ଯେ, ସାଂସଦ କୁଆଡେ ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ। ସେ ନେଇ ବୋହୁ ସାକ୍ଷୀ ମହତାବ ଭୋପାଳର ଏକ ଥାନାରେ ମାମଲା ଋଜୁ କରିଛନ୍ତି।

ସାକ୍ଷା ତିନିଜଣଙ୍କ ନାମ ମାମଲାରେ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ ଶଶୂର ଭର୍ତ୍ତୁହରି ମହତାବ, ଶାଶୁ ମହାଶ୍ବେତା ମହତାବ ଏବଂ ସ୍ବାମୀ ଲୋକରଂଜନ ମହତାବ। ଏମାନଙ୍କ ନାମରେ ସଂପୃକ୍ତ ଥାନାରେ ମାମଲା ରେଜେଷ୍ଟ୍ରି ହୋଇଥିବାର ଜଣାପଡିଛି।

2016 ମସିହାରେ ଭୋପାଳର ସାକ୍ଷୀଙ୍କୁ ଭର୍ତ୍ତୁହରିଙ୍କ ପୁତ୍ର ଲୋକରଂଜନଙ୍କୁ ବିବାହ କରିଥିଲେ। ବିବାହରେ ପ୍ରାୟ ଅଢେଇ କୋଟି ଟଙ୍କାର ସୁନାଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ହେଲେ ଘରେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରାଯାଉଛି ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଯେତେ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ଶଶୂରଘରେ କିପରି ନିର୍ଯ୍ୟାତନା ଦିଆଯାଉଥିଲା ସେ ନେଇ ସାକ୍ଷୀ ତାଙ୍କ ଏଫଆଇଆରରେ ବର୍ଣ୍ଣନା କରିଛନ୍ତି। ନିର୍ଯ୍ୟାତନା ସହି ନ ପାରିବାରୁ ସେ ବାଧ୍ୟ ହୋଇ ନିଜ ବାପ ଘରକୁ ଚାଲିଆସିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭର୍ତ୍ତୁହରିଙ୍କ ବିଜେଡି ସହିତ ଭଲ ନ ଥିବା ବେଳେ ଏହି ଘଟଣା ଆସିବା ତାଙ୍କ ପାଇ ସଙ୍କଟ ଆହୁରି ବଢିଯାଇଛି। ପୂର୍ବରୁ ବିଜେଡି ନେତା ରଘୁ ମହାନ୍ତିଙ୍କ ପୁତ୍ର ବଧୁ ସେହିପରି ଅଭିଯୋଗ ଆଣିଥିଲେ। ପରବର୍ତ୍ତି ସମୟରେ ରଘୁ ମହାନ୍ତିଙ୍କ ରାଜନୈତିକ କ୍ୟାରିୟରରେ ଭଟ୍ଟା ପଡିଯାଇଛି।

ବର୍ତ୍ତମାନ ଭର୍ତ୍ତୁହରିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ବିଜେଡି ବର୍ତ୍ତମାନ କି ପ୍ରକାରର ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Related posts