ଆରେଥା ଫ୍ରାଙ୍କଲିନ୍‌ ଓ ରିଚାର୍ଡ ପାଓ୍ବାର୍‌ସଙ୍କୁ ପୁଲିଜର୍‌ ପୁରସ୍କାର

Published: Apr 16, 2019, 3:45 pm IST
Pulitzers given to Aretha Franklin, author Richard Powers

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଆରେଥା ଫ୍ରାଙ୍କଲିନ୍‌ (୧୯୪୨-୨୦୧୮) ଙ୍କୁ ଚଳିତ ବର୍ଷର ପୁଲିଜର୍‌ ପୁରସ୍କାରରେ ସମ୍ମାନିତ କରାଯିବ । ସୋମବାର ଦିନ କଲମ୍ବିଆ ବିଶ୍ବବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଜର୍ଣ୍ଣାଲିଜିମ୍‌ ତରଫରୁ ଏହି ପୁରସ୍କାର ପାଇଁ ଘାେଷଣା କରାଯାଇଛି । ଆମେରିକୀୟ ସଙ୍ଗୀତ ଏବଂ କଳା ପ୍ରତି ଅତୁଳନୀୟ ଅବଦାନ ରଖିଥିବା ଫ୍ରାଙ୍କଲିନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସଙ୍ଗୀତ ସହିତ ଜଡିତ ରହିଥିବା ଫ୍ରାଙ୍କଲିନ୍‌ ୧୮ଟି ଗ୍ରାମୀ ପୁରସ୍କାର ହାସଲ କରିଥିବା ବେଳେ ୧୦୦ରୁ ଅଧିକ ବିଲ୍‌ବୋର୍ଡ ଚାର୍ଟସରେ ସାମିଲ ରହିଥିଲେ । ଏହି ପୁରସ୍କାର ପାଇବାରେ ହାଙ୍କ ଓ୍ବିଲିୟମ୍ସ(୨୦୧୦) ଏବଂ ଡ୍ୟୁକ୍‌ ଏଲିଙ୍ଗଟନ୍‌(୧୯୯୯)ଙ୍କ ଏଲାଇଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ସେହିପରି ଏହି ପୁରସ୍କାରକୁ ମରଣୋତ୍ତର ଭାବରେ ହାସଲ କରିବାରେ ଫ୍ରାଙ୍କଲିନ୍‌ ହେଉଛନ୍ତି ପ୍ରଥମ ମହିଳା ।   ସେହିପରି ‘ଦ ଓଭରଷ୍ଟୋରୀ’ ନିମନ୍ତେ ରିଚାର୍ଡ ପାଓ୍ବାରସ୍‌ଙ୍କୁ କାଳ୍ପନିକ କାହାଣୀ (ଫିକ୍ସନ୍‌)  ବିଭାଗରେ ପୁଲିଜର୍‌ ସମ୍ମାନରେ ସମ୍ମାନିତ  କରାଯିବ  । ଏହା ସହିତ ଏହି କାହାଣୀକୁ ଦ ମ୍ୟାନ୍‌ ବୁକର୍‌ ପାଇଁ ମଧ୍ୟ ମନୋନୀତ କରାଯାଇଛି । ଶ୍ରେଷ୍ଠ ଐତିହାସିକ କାହାଣୀ ପାଇଁ ଡେଭିଡ୍‌ ଡବ୍ଲ୍ୟୁ ବ୍ଲାଇଟ୍‌’, ଶ୍ରେଷ୍ଠ ଆତ୍ମଜୀବନୀ ପାଇଁ  ସି ଷ୍ଟିଓ୍ବାର୍ଟ, ଶ୍ରେଷ୍ଠ ଡ୍ରାମା ପାଇଁ ଜ୍ୟାକି ସିବିଲ୍ସ, ଶ୍ରେଷ୍ଠ ନାଟକ ପାଇଁ ଏଲେନ୍‌ ରେଡ୍‌, ଶ୍ରେଷ୍ଠ କବିତା ପାଇଁ ଫରେଷ୍ଟ ଜାଣ୍ଡର ପ୍ରମୁଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

 

 

Related posts