ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ରାଜ୍ୟପାଳଙ୍କୁ ଭେଟିଲେ ଜଗନ ମୋହନ ରେଡ୍ଡୀ

Published: Apr 16, 2019, 4:06 pm IST

ଓ୍ବାଇଏସ୍‌ଆର କଂଗ୍ରେସ ଦଳର ନେତା ଜଗନ ମୋହନ ରେଡ୍ଡୀ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟର ଆଇନ୍‌ ଶୃଙ୍ଖଳା ପରସ୍ଥିତି ନେଇ ରାଜ୍ୟପାଳ ଇ ଏସ୍‌ ଏଲ୍‌ ନରସିଂହନ୍‌ଙ୍କୁ ଭେଟିଛନ୍ତି ଜଗନ। ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ସରକାରୀ କଳର ଅପବ୍ୟବହାର କରି ତାଙ୍କ ଦଳର କର୍ମୀଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଓ୍ବାଇଏସ୍‌ଆର୍‌ ମୁଖ୍ୟ। ନରସା ରାଓ ପେଟାରେ ଦଳୀୟ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରିବା ସହିତ ଏହା ଉପରେ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦଳର ଅନ୍ୟ ବରିଷ୍ଠ ନେତା ଜଗନଙ୍କ ସହିତ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ଟିଡିପି ଆସନ୍ତା ମେ ୨୩ ପ୍ରକାଶିତ ଫଳାଫଳକୁ ନେଇ ଚିନ୍ତାରେ ରହି ଏପରି ଆକ୍ରମଣ କରୁଛି ବୋଲି ଜଗନ କହିଛନ୍ତି।

Related posts