ବିଶାଖାପାଟଣା ଷ୍ଟେସନରୁ ବାହାରିଲା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍

Published: Oct 1, 2021, 10:20 pm IST

ଭୁବନେଶ୍ବର: କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଆଜି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନ କୁ ଯାତ୍ରା କରିଛି।

ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଅଛି । ଏହି ଟ୍ରେନରେ ୧୦ ଟି ପାର୍ସଲ୍ ଭ୍ୟାନ୍ କୋଚ୍ ଯାହାକି ପ୍ରତ୍ୟେକରେ ୨୩ ଟନ୍ ପିଆଜ ଏବଂ ଦୁଇଟି ଦ୍ଵିତୀୟ ଶ୍ରେଣୀ ଓ ଲଗେଜ୍ କୋଚ୍ ଅଛି ଯାହାର ପରିବହନ କ୍ଷମତା ପ୍ରତ୍ୟକ ୮ ଟନ୍ ଅଛି। ଏହି ପାଇଲଟ ପ୍ରୋଜେକ୍ଟ ରେ ବିଶାଖାପାଟନମ୍ ରୁ ୨୪୬ ଟନ୍ ପିଆଜ ବିହାରର ପୁର୍ନିଆ ଜିଲ୍ଲାର ଜଲାଲଗଡ଼କୁ ନିଆଯାଇଅଛି।

ୱାଲଟିୟର ରେଳ ମଣ୍ଡଳର ବ୍ୟବସାୟ ବିକାଶ ୟୁନିଟ୍ ଏହି ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ିଅଛି ଯେଉଁଠାରେ କୃଷକମାନେ ସୁରକ୍ଷିତ ଏବଂ ଦ୍ରୁତ ଗତିରେ ପିଆଜ ପରିବହନରେ ଅସୁବିଧାର ସମ୍ମୁଖୀନକୁ ଏଡାଇପାରିବେ। ଏହି ଅଞ୍ଚଳ ତଥା ନିକଟବର୍ତ୍ତୀ ଅଞ୍ଚଳର ପିଆଜ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଟ୍ରେନରେ ଲୋଡ୍ କରିଛନ୍ତି। ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ଏହା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ପିଆଜ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ସର୍ବନିମ୍ନ ସମୟରେ ପରିବହନ କରିପାରିବେ। ଏହି ପାର୍ସଲ ଭ୍ୟାନ ମଧ୍ୟ ପିଆଜକୁ ବର୍ଷା ଠାରୁ ରକ୍ଷା କରିବ।

ଏହି ଟ୍ରେନ୍ ପିଆଜ ଚାଷୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହାର ପରୀକ୍ଷା ଚାଲିବା ପରେ, କୃଷକ, ବ୍ୟବସାୟୀ ଏବଂ ରେଳ ଅଧିକାରୀଙ୍କ ସହ ଉଚିତ ଆଲୋଚନା ପରେ ପରିବହନରେ ସଂଶୋଧନ କରାଯିବାକୁ ପ୍ରୟାସ କରାଯିବ ଏବଂ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ।

Related posts