କାପ୍ପାନର ଟିଜର୍‌ ରିଲିଜ୍‌

Published: Apr 16, 2019, 6:05 pm IST
surya, mohanlal and arya starer Kappan movie's teaser out

ବହୁ ପ୍ରତୀକ୍ଷିତ ମଲ୍ଟିଷ୍ଟାରର ତାମିଲ୍‌ ଫିଲ୍ମ କାପ୍ପାନର ଟିଜର୍‌ ରିଲିଜ୍‌ ହୋଇଛି। ଆକ୍ସନ୍‌ ସିନ୍‌ରେ ସମୃଦ୍ଧ ଏହି ଫିଲ୍ମରେ ସୁରିୟା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ସୂର୍ଯ୍ୟାଙ୍କ ସହିତ ଭେଟେରାନ୍‌ ମାଲାୟଲମ୍‌ ସୁପରଷ୍ଟାର ମୋହନଲାଲ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି। ସୂର୍ଯ୍ୟା ଏହି ଟିଜରରେ ତିନୋଟି ଚରିତ୍ରରେ ନଜର ଆସିଛନ୍ତି। ଜଣେ ନକ୍ସଲ୍‌, ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକପରି ତିନୋଟି ଚରିତ୍ରରେ ସେ ନଜର ଆସିଛନ୍ତି। ମୋହନଲାଲ ଜଣେ ରାଜନେତାଙ୍କ ଚରିତ୍ରରେ ରହିଥିବା ବେଳେ ଆର୍ୟାଙ୍କ ଚରିତ୍ର ବିଷୟରେ ପ୍ରକାଶ କରିନାହାନ୍ତି ନିର୍ଦ୍ଦେଶକ କେ ଭି ଆନନ୍ଦ। ସାୟେଶା ସେହଗଲ୍‌ ଫିଲ୍ମରେ ହିରୋଇନ୍‌ ଭାବରେ ନଜର ଆସୁଛନ୍ତି। ଫିଲ୍ମଟି ଅଗଷ୍ଟ ମାସରେ ରିଲିଜ୍‌ ହେବାକୁ ଥିବାବେଳେ ଅନ୍ୟ ମୁଖ୍ୟ ଚରିତ୍ରରେ ବୋମନ ଇରାନୀ, ସମୁର୍ଥୀକର୍ଣ୍ଣୀ ଏବଂ ଚିରାଗ ଜାନି ପ୍ରମୁଖ ନଜର ଆସିବେ।

Related posts