୪୧ ବର୍ଷ ବୟସରେ ଅଭିନେତ୍ରୀ ଅନ୍ଦାଜ୍‌ ଗାର୍ଲ ଲାରା ଦତ୍ତ

Published: Apr 16, 2019, 6:10 pm IST
lara dutta in age of 41

୪୧ ବର୍ଷ ବୟସରେ ଅଭିନେତ୍ରୀ ଲାରା ଦତ୍ତ। ଏପ୍ରିଲ୍‌ ୧୬, ୧୯୭୮ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ ଲାରା। ମିସ୍‌ ୟୁନିଭର୍ସ ଟାଇଟଲ୍‌ ଜିତିଥିବାରେ ଲାରା ଦ୍ବିତୀୟ ଭାରତୀୟ। ୨୦୦୩ରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଅନ୍ଦାଜ୍‌’ରେ ଏହି ଅଭିନେତ୍ରୀ ଜଣକ ବଲିଉଡ୍‌ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତାର ଫିଲ୍ମଫେୟାର୍‌ ପୁରସ୍କାର ପାଇଥିଲେ। ‘ମସ୍ତି’, ‘ବରଦାସ୍ତ’, ‘ଆନ୍‌ : ମେନ୍‌ ଆଟ୍‌ ଓ୍ବାର୍କ’, ‘ଇନ୍‌ସାନ୍‌, ଇଲାନ୍‌, ଜୁର୍ମ’, ‘କାଲ୍‌’, ‘ନୋ ଏଣ୍ଟ୍ରି’, ’ଭାଗମ୍‌ ଭାଗମ୍‌’, ‘ପାର୍ଟନର୍‌’, ‘ହାଉସ୍‌ଫୁଲ୍’, ‘ଝୁମ୍‌ ବରାବର ଝୁମ’, ‘ବିଲ୍ଲୁ’, ‘ଡନ୍‌୨’, ‘ସିଂ ଇଜ୍‌ ବ୍ଲିଙ୍ଗ୍‌’, ‘ଚାଲୋ ଦିଲ୍ଲୀ’, ‘ଡେଭିଡ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି।  ୨୦୧୧ରେ ଭାରତୀୟ ଟେନିସ୍‌ ଖେଳାଳୀ ମହେଶ ଭୂପତିଙ୍କୁ ବିବାହ କରିଥିବାବେଳେ ତାଙ୍କର ସାଇରା ନାମ୍ନୀ ଗୋଟିଏ ଝିଅ ଅଛି।

Related posts