Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର
ଆଜିର ଖବର

OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର

November 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର

ଭୁବନେଶ୍ବର: ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ ।

ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ସୁଶାନ୍ତ ମଣି 2 ଚକୋଲେଟ୍ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ଚକଲେଟ୍ ଯେଉଁଭଳି ମିଠା ସେହିଭଳି କିଛି ମିଠା ମିଠା ସ୍ଵାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଭରପୁର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି । ଦୁଇ ଜଣ ନବାଗତ କଳାକାର ଲୋହିତାକ୍ଷ ଏବଂ ସ୍ଵପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇର ପ୍ରତିଷ୍ଠିତ କଳାକାର ଚିତ୍ତ ତ୍ରିପାଠୀ ।

Kanccha lannka ଏକ ନୂଆ OTT ପ୍ଲାଟଫର୍ମ ଯେଉଁଠିରେ ଓଡିଆ ଦର୍ଶକମାନେ ତାଙ୍କ ମନମୁତାବକ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖୁଛନ୍ତି । ଏଥିରେ ବିଭିନ୍ନ କାହାଣୀ ଯଥା କ୍ରାଇମ, ଥ୍ରିଲର, ରୋମାଣ୍ଟିକ, କମେଡି ଇତ୍ୟାଦି ବିଭିନ୍ନ ନୂଆ ନୂଆ ଚଳଚ୍ଚିତ୍ର ଓ ୱେବସିରିଜ୍ ପ୍ରସାରଣ କରାଯାଉଅଛି । ଦର୍ଶକ ମାନେ ବିନା ବିଜ୍ଞାପନରେ ଏବଂ ଇଂରାଜୀ ସବଟାଇଟେଲ ସହିତ ଅଲଟ୍ରା HD କ୍ବାଲିଟିର କାର୍ଯ୍ୟକ୍ରମ ଦେଖିପାରିବେ । ସେଥିପାଇଁ ଦର୍ଶକମାନଙ୍କର ସୁବିଧା ହିସାବରେ ବାର୍ଷିକ ୩୪୯ଟଙ୍କା, ୬ ମାସ ପାଇଁ ୨୪୯ଟଙ୍କା ଏବଂ ତିନିମାସ ପାଇଁ ୧୪୯ଟଙ୍କା ଦେବାକୁ ପଡିବ ଏହି ଦେୟ ବିଭିନ୍ନ ଅନ୍‌ଲାଇନ୍‌ ପେମେଣ୍ଟ ମାଧ୍ୟମରେ କରାଯାଇ ପାରିବ

ଆଜି ଭୁବନେଶ୍ୱରର ଏକ ହୋଟେଲରେ ଚଳଚ୍ଚିତ୍ର 2 ଚକୋଲେଟ ର ପ୍ରମିୟର ସୋ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ Kanccha lannka ର ସହ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ପରିଜା କହିଛନ୍ତି ଯେ, “ଆମର ପୂର୍ବ ପ୍ରତିଶୃତି ଅନୁସାରେ ଆମ Kanccha lannka ପ୍ଲାଟଫର୍ମରେ ଅନେକ ନୂଆ ଚଳଚ୍ଚିତ୍ର ଏବଂ ୱେବସିରିଜ୍ ଦେଇଅଛୁ 2 ଚକୋଲେଟ୍ ଭଳି ଚଳଚ୍ଚିତ୍ର ଆମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ । ମୁଁ ଆଶା କରୁଛି ଯେ Kanccha lannka ଓଡିଆ ମନୋରଞ୍ଜନ କ୍ଷେତ୍ରରେ ଏକ ବୌପ୍ଳବିକ ପରିବର୍ତ୍ତନ ଆଣିବ ।”

ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶୁଶାନ୍ତ ମଣି କହିଛନ୍ତି ଯେ 2 ଚକୋଲେଟ୍ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବ ଏବଂ ଏହି ଚଳଚ୍ଚିତ୍ର ପ୍ରେମ କାହାଣୀର ସତେଜତା ଦର୍ଶକ ମାନଙ୍କ ମନକୁ ଛୁଇଁବ । ମୋର ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥିବାରୁ ମୁଁ OTT ପ୍ଲାଟଫର୍ମ Kanccha lannka କୁ ଧନ୍ୟବାଦ ଜଣାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025
Latest News

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.