Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର
ଆଜିର ଖବର

OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର

November 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
OTT ପ୍ଲାଟଫର୍ମ Kanccha lannka ରେ ଓଡ଼ିଆ ଚଳଚିତ୍ର “ ଚକୋଲେଟ୍” ର ପ୍ରିମିୟର

ଭୁବନେଶ୍ବର: ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ ।

ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ସୁଶାନ୍ତ ମଣି 2 ଚକୋଲେଟ୍ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ଚକଲେଟ୍ ଯେଉଁଭଳି ମିଠା ସେହିଭଳି କିଛି ମିଠା ମିଠା ସ୍ଵାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଭରପୁର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି । ଦୁଇ ଜଣ ନବାଗତ କଳାକାର ଲୋହିତାକ୍ଷ ଏବଂ ସ୍ଵପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇର ପ୍ରତିଷ୍ଠିତ କଳାକାର ଚିତ୍ତ ତ୍ରିପାଠୀ ।

Kanccha lannka ଏକ ନୂଆ OTT ପ୍ଲାଟଫର୍ମ ଯେଉଁଠିରେ ଓଡିଆ ଦର୍ଶକମାନେ ତାଙ୍କ ମନମୁତାବକ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖୁଛନ୍ତି । ଏଥିରେ ବିଭିନ୍ନ କାହାଣୀ ଯଥା କ୍ରାଇମ, ଥ୍ରିଲର, ରୋମାଣ୍ଟିକ, କମେଡି ଇତ୍ୟାଦି ବିଭିନ୍ନ ନୂଆ ନୂଆ ଚଳଚ୍ଚିତ୍ର ଓ ୱେବସିରିଜ୍ ପ୍ରସାରଣ କରାଯାଉଅଛି । ଦର୍ଶକ ମାନେ ବିନା ବିଜ୍ଞାପନରେ ଏବଂ ଇଂରାଜୀ ସବଟାଇଟେଲ ସହିତ ଅଲଟ୍ରା HD କ୍ବାଲିଟିର କାର୍ଯ୍ୟକ୍ରମ ଦେଖିପାରିବେ । ସେଥିପାଇଁ ଦର୍ଶକମାନଙ୍କର ସୁବିଧା ହିସାବରେ ବାର୍ଷିକ ୩୪୯ଟଙ୍କା, ୬ ମାସ ପାଇଁ ୨୪୯ଟଙ୍କା ଏବଂ ତିନିମାସ ପାଇଁ ୧୪୯ଟଙ୍କା ଦେବାକୁ ପଡିବ ଏହି ଦେୟ ବିଭିନ୍ନ ଅନ୍‌ଲାଇନ୍‌ ପେମେଣ୍ଟ ମାଧ୍ୟମରେ କରାଯାଇ ପାରିବ

ଆଜି ଭୁବନେଶ୍ୱରର ଏକ ହୋଟେଲରେ ଚଳଚ୍ଚିତ୍ର 2 ଚକୋଲେଟ ର ପ୍ରମିୟର ସୋ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ Kanccha lannka ର ସହ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ପରିଜା କହିଛନ୍ତି ଯେ, “ଆମର ପୂର୍ବ ପ୍ରତିଶୃତି ଅନୁସାରେ ଆମ Kanccha lannka ପ୍ଲାଟଫର୍ମରେ ଅନେକ ନୂଆ ଚଳଚ୍ଚିତ୍ର ଏବଂ ୱେବସିରିଜ୍ ଦେଇଅଛୁ 2 ଚକୋଲେଟ୍ ଭଳି ଚଳଚ୍ଚିତ୍ର ଆମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ । ମୁଁ ଆଶା କରୁଛି ଯେ Kanccha lannka ଓଡିଆ ମନୋରଞ୍ଜନ କ୍ଷେତ୍ରରେ ଏକ ବୌପ୍ଳବିକ ପରିବର୍ତ୍ତନ ଆଣିବ ।”

ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶୁଶାନ୍ତ ମଣି କହିଛନ୍ତି ଯେ 2 ଚକୋଲେଟ୍ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବ ଏବଂ ଏହି ଚଳଚ୍ଚିତ୍ର ପ୍ରେମ କାହାଣୀର ସତେଜତା ଦର୍ଶକ ମାନଙ୍କ ମନକୁ ଛୁଇଁବ । ମୋର ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥିବାରୁ ମୁଁ OTT ପ୍ଲାଟଫର୍ମ Kanccha lannka କୁ ଧନ୍ୟବାଦ ଜଣାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026
Latest News

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.