ଟଲିଉଡ୍‌ରେ ଚତୁର୍ମୁଖୀ ଲଢେଇ : ନାନି ଆଗୁଆ

Published: Apr 19, 2019, 4:17 pm IST

ଫିଲ୍ମି ଫ୍ରାଇଡେରେ ଏକା ଦିନରେ ୪ଟି ଦକ୍ଷିଣ ଭାରତୀୟ ଫିଲ୍ମ ରିଲିଜ୍‌ ହୋଇଛି। ତେଲୁଗୁ ଦର୍ଶକଙ୍କ ପାଇଁ ନାନିଙ୍କ ଜର୍ସି ପ୍ରଥମ ପସନ୍ଦ ରହିଥିବା ବେଳେ ତାମିଲ ଦର୍ଶକଙ୍କ ପାଇଁ ତିନିଟି ଫିଲ୍ମ ରିଲିଜ୍‌ ହେଉଛି। ଏହା ସହିତ ଜର୍ସି ମଧ୍ୟ ତାମିଲରେ ଡବିଂ ହୋଇ ରିଲିଜ୍‌ ହୋଇଛି। ତାମିଲରେ ନାନି ଜଣେ ପ୍ରତିଷ୍ଠିତ ତାରକା ହୋଇଥିବାରୁ ଫିଲ୍ମଟି ଭଲ ବ୍ୟବସାୟର ଆଶା ରଖିଛନ୍ତି ପ୍ରଯୋଜକ। ତାମିଲ ଫିଲ୍ମ କଞ୍ଚନା-୩, ଭେଲ୍ଲାଇ ପୁକଲ ଏବଂ ମେହେନ୍ଦି ସର୍କସ ଏକା ଦିନରେ ରିଲିଜ୍‌ ହୋଇଛି। ଜର୍ସି ଏକ ସ୍ପୋର୍ଟସ୍‌ ଡ୍ରାମା ହୋଇଥିବା ବେଳେ ନାନି ଏବଂ ଶ୍ରଦ୍ଧା ଶ୍ରୀନାଥ ଏବଂ ସତ୍ୟରାଜଙ୍କ ଅଭିନୟ ଅତ୍ୟନ୍ତ ଚମତ୍କାର ହୋଇଛି। ସେହିପରି କଞ୍ଚନା-୩ ହରର କମେଡି ହୋଇଥିବା ବେଳେ ରାଘବା ଲରେନ୍ସଙ୍କ ଅଭିନୟ ଅତ୍ୟନ୍ତ ଚମତ୍କାର ରହିଛି। ଲରେନ୍ସଙ୍କ ବ୍ୟତିତ ଏହି ଚଳଚିତ୍ରରେ ବେଦିକା, ସିମ୍‌ରନ୍‌ ଏବଂ ଓଭିୟା ନଜର ଆସିବେ। କମେଡିଆନ୍‌ ବିବେକଙ୍କ ଭେଲ୍ଲାଇପୁକାଲ ଏକ ଥ୍ରିଲର ହୋଇଥିବା ବେଳେ ଏହି ଫିଲ୍ମ ଜରିଆରେ ବିବେକ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫିଲ୍ମଟିକୁ ସମାଲୋଚକ ମାନେ ପ୍ରଶଂସା କରିଥିଲେ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଏହା ସଫଳ ହୋଇନାହିଁ। ତୃତୀୟ ଫିଲ୍ମଟି ହେଉଛି ମେହେନ୍ଦି ସର୍କସ। ବଲିଉଡ୍‌ ଅଭିନେତ୍ରୀ ଶ୍ବେତା ତ୍ରିପାଠୀ ଏହି ଫିଲ୍ମ ଜରିଆରେ ତାମିଲ ପଦାର୍ପଣ କରିଛନ୍ତି। ପ୍ରେମ କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ ଥିବା ବେଳେ ଏହାକୁ ମଧ୍ୟ ଭେଲ୍ଲାଇପୁକାଲ ପରି ଅବସ୍ଥାର ସାମ୍ନା କରିବାକୁ ପଡିଛି। ଚାରି ଚଳଚିତ୍ର ମଧ୍ୟରେ ଗୌତମ ତିନ୍ନାନୁରୀଙ୍କ ଜର୍ସିକୁ ଉଭୟ ସମାଲୋଚକ ଏବଂ ଦର୍ଶକ ପସନ୍ଦ କରିଥିବା ବେଳେ ଏହାର ଆଡଭାନ୍ସ ବୁକିଂ ମଧ୍ୟ ଚମତ୍କାର ରହିଛି।

Related posts