ସମ୍ପୂର୍ଣ୍ଣ ସୌରଚାଳିତ ହେବ ଦିଲ୍ଲୀ ମେଟ୍ରୋ

Published: Apr 19, 2019, 5:01 pm IST

ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସକୁ ପ୍ରାଧାନ୍ୟ ଦେବା ପାଇଁ ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ କରିଛି ଦିଲ୍ଲୀ ମେଟ୍ରୋ । ଖୁବ୍‌ ଶୀଘ୍ର ଏହା ସମ୍ପୂର୍ଣ୍ଣ ଭାବରେ ସୌରଶକ୍ତିରେ ପରିଚାଳିତ ହେବ । ସୌର ଶକ୍ତିକୁ ବ୍ୟବହାର କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ (ଡିଏମ୍‌ଆର୍‌ସି) ପକ୍ଷରୁ ମଧ୍ୟପ୍ରଦେଶର ରେଓ୍ବା ସୌର ଶକ୍ତି ପ୍ରକଳ୍ପ ସହିତ ଆଲୋଚନା କରୁଛି । ଏହି ପଦକ୍ଷେପ ଦ୍ବାରା ଲକ୍ଷ ଲକ୍ଷ ଟନ୍‌ର କାର୍ବନ୍‌ ଆବର୍ଜନାରୁ ରକ୍ଷା ମିଳିବ ବୋଲି ଡିଏମ୍‌ଆରସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ମେଟ୍ରୋ ରେଓ୍ବା ସୌର ପ୍ରକଳ୍ପରୁ ମାତ୍ର ୨୭ ମେଗା ଓ୍ବାଟ ସୌରଶକ୍ତି ହାସଲ କରୁଛି ଯାହାଦ୍ବାରା ୬୦ ପ୍ରତିଶତ ବିଜୁଳି ଆବଶ୍ୟକତା ପୂରଣ ହେଉଛି । ଏହି ଲକ୍ଷ୍ୟକୁ ୯୯ ମେଗାଓ୍ବାଟକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ ମେଟ୍ରୋ । ଯଦି ଏହି ଚୁକ୍ତି ସ୍ବାକ୍ଷର ହେଲେ ସମ୍ପୂର୍ଣ୍ଣସୌର ଶକ୍ତିରେ ପରିଚାଳିତ ବିଶ୍ବର ପ୍ରଥମ ମେଟ୍ରୋ ଷ୍ଟେସନ୍‌ର ମାନ୍ୟତା ହାସଲ କରିବ ।

Related posts