Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟ ଓ ସଲମାନ୍‌ଙ୍କୁ ପଛରେ ପକାଇଲେ ଅମିତାଭ : ୨୦୧୮-୧୯ ବର୍ଷ ପାଇଁ ସର୍ବାଧିକ ଆୟକର ଦେଲେ ବିଗ୍‌ବି
ଆଜିର ଖବର

ଅକ୍ଷୟ ଓ ସଲମାନ୍‌ଙ୍କୁ ପଛରେ ପକାଇଲେ ଅମିତାଭ : ୨୦୧୮-୧୯ ବର୍ଷ ପାଇଁ ସର୍ବାଧିକ ଆୟକର ଦେଲେ ବିଗ୍‌ବି

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଦେଇ ଚର୍ଚ୍ଚାରେ ରହିଛନ୍ତି ।  ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏହା ପୂର୍ବରୁ ସଲମାନ ଖାନ୍‌ ଓ ଅକ୍ଷୟ କୁମାର ସିନେ ଜଗତରେ ସର୍ବାଧିକ ଆୟକର ଦେଉଥିବା ଅଭିନେତା ରହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ସଲମାନ ୪୪.୫ କୋଟି ଟଙ୍କା ଆଗୁଆ ଆୟକର ଜମା କରିଥିଲେ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିନେତା ଅକ୍ଷୟ କୁମାର ସର୍ବାଧିକ ୨୯.୫ କୋଟି ଟଙ୍କା ଆୟକର ଦେଇଥିବା ସୂଚନା ରହିଛି। ଅମିତାଭ ବିହାର ମୁଜାଫରନଗରର ୨୦୮୪ ଜଣ କୃଷକଙ୍କ କୃଷି ଋଣ ମଧ୍ୟ ଶୁଝିଛନ୍ତି।  ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା କରିଥିଲେ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବଦ୍‌ଲା’ ବକ୍ସ ଅଫିସ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ପନ୍ନୁ ଅଭିନୟ କରିଥିଲେ । ଥା ତାମିଲ୍‌ଭନନଙ୍କ ନିର୍ଦ୍ଦେଶିତ ଉର୍ୟାନ୍ଥା ମଣିନ୍ଥାନ୍‌ ଫିଲ୍ମ ଜରିଆରେ ଅମିତାଭ ତାମିଲ୍‌ ଫିଲ୍ମରେ ପାଦ ରଖୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ରମୈୟା କ୍ରିଷ୍ଣାନ୍‌ଙ୍କୁ ଦେଖିବାକୁ ମିଳିବେ । ପୂର୍ବରୁ ଦୁହେଁ ’ବଡେ ମିୟାଁ ଛୋଟେ ମିୟାଁରେ ନଜର ଆସିସାରିଛନ୍ତି । ତାମିଲ୍‌ ଫିଲ୍ମରେ ଅଭିନୟକୁ ନେଇ ଅମିତାଭ ବେଶ୍‌ ଉତ୍ସାହିତ ରହିଛନ୍ତି । ନିକଟରେ ଏହି ଫିଲ୍ମର ତାଙ୍କ ଲୁକ୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ । ଏହି ଫିଲ୍ମ ବ୍ୟତୀତ ଅମିତାଭ ଆୟନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଗାମୀ ଖ୍ରୀଷ୍ଟମାସରେ ‘ବ୍ରହ୍ମାସ୍ତ୍ର’ ପରଦାକୁ ଆସିବ ବୋଲି ସୂଚନା ମିଳିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026
Latest News

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.