ଓଡ଼ିଶାରେ ରାଜନାଥ ସିଂହ : ବିଜେଡ଼ି ଉପରେ ବର୍ଷିବା ସହିତ ପ୍ରତିଶ୍ରୁତି ଦେଲେ

Published: Apr 19, 2019, 7:18 pm IST
rajanath singh in odisha

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ଆଜି ଓଡ଼ିଶାର ତିନୋଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି। ମୟୂରଭଞ୍ଜ, ନୟାଗଡ଼, କଟକ ସଦର ସମାବେଶରେ ଯୋଗଦେଇଛନ୍ତି ରାଜନାଥ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଶାର ଉନ୍ନତି ନେଇ ପ୍ରତିଶ୍ରୁତି ଦେଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ କୌଣସି ମୌଳିକ ସୁବିଧା ଦେଉନଥିବା ଓଡ଼ିଶା ସରକାରଙ୍କୁ ବଦଳାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରାଜନାଥ। ଓଡ଼ିଶାବାସୀ ବିଜେଡ଼ିକୁ ବାରମ୍ବାର ଦେଖିଲେଣି, ଥରେ ତାଙ୍କୁ ସୁଯୋଗ ଦେଇ ଦେଖିବାକୁ ସେ କହିଛନ୍ତି। ସେହିପରି ବିଜେପି ସରକାର ଗରିବଙ୍କ ସ୍ବାର୍ଥ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ବୋଲି କହିବା ସହିତ  ୫ ବର୍ଷ ତଳେ ଭାରତରେ ୧୨.୫ କୋଟି ଗରିବ ଥିଲେ। ଏବେ ଏହି ସଂଖ୍ୟା ୫ କୋଟିକୁ ହ୍ରାସ ପାଇଛି ବୋଲି କହିଛନ୍ତି ରାଜନାଥ। ପିଏମ୍ କିଷାନ ଯୋଜନା ଚାଷୀଙ୍କ ତାଲିକା ଦେଇନାହାନ୍ତି ଓଡ଼ିଶା ସରକାର। ଓଡ଼ିଶା ସରକାର ମାତ୍ର ସାଢ଼େ ୮ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ସରକାର ଆସିଲେ ଚାଷୀଙ୍କୁ ୫ ବର୍ଷ ପାଇଁ ସୁଧମୁକ୍ତ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ରାଜନାଥ କହିଛନ୍ତି। ସେହିପରି ବାଲାକୋଟ୍‌ ଆକ୍ରମଣକୁ ନେଇ କଂଗ୍ରେସର ପ୍ରମାଣ ମାଗିବାକୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଘେରିଛନ୍ତି ରାଜନାଥ। ସେହିପରି ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ବନ୍ଦ ଥିବା ଚିନି କଳକୁ ଖୋଲିବା ସହିତ ପୁରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକାଶ କରାଯିବ ବୋଲି କହିଛନ୍ତି ରାଜନାଥ।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Related posts