Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର-ବାଲୁଗାଁ ରାସ୍ତାରେ ମାତିଲେ ଲୁଟେରା, ମହିଳାଙ୍କ ନିକଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
ଅପରାଧ

ବାଣପୁର-ବାଲୁଗାଁ ରାସ୍ତାରେ ମାତିଲେ ଲୁଟେରା, ମହିଳାଙ୍କ ନିକଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

November 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ଅନ୍ତରକିଆରୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋଟର ସାଇକେଲରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଯାଇଛନ୍ତି।

ସୂଚନା ମୁତାବକ ସୁନାକେରା ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନ ବାଣପୁର ବାଲୁଗାଁ ରୋଡ ଉପରେ ଥିବା ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ନନ୍ଦପୁର ଶାଖାରେ ୩୫ ଗ୍ରାମ ସୁନା ବନ୍ଧକ ରଖିଥିଲେ। ପୁଷ୍ପାଞ୍ଜଳି ଉକ୍ତ ବ୍ୟାଙ୍କରେ ଦୁଇଟି ହାର, ୧ଟି ସୁନାମୁଦି ଓ କାନ ଫୁଲକୁ ୧ଲକ୍ଷ ୯ହଜାର ଟଙ୍କାରେ ବନ୍ଧକ ରଖିଥିଲେ। କିନ୍ତୁ ଆଜି ସମସ୍ତ ସୁନା ଜିନିଷକୁ ବନ୍ଧକ ମୁକ୍ତ କରି ତାଙ୍କ ଭାଇଙ୍କ ସାଥିରେ ଘରକୁ ଫେରୁଥିଲେ।

ଠିକ ଏହି ସମୟରେ ପାରିନୂଆଗାଁ ଗ୍ରାମ ପାଖରେ ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ଏମାନଙ୍କୁ ପିଛା କରି ପୁଷ୍ପାଞ୍ଜଳିଙ୍କ ହାତରୁ ବ୍ୟାଗଟିକୁ ଛଡାଇ ନେଇ କେନାଲ ରାସ୍ତା ଦେଇ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ବାଇକ ଚାଳକ ଏବଂ ମହିଳା ଜଣକ ରାସ୍ତାରେ ପଡି କ୍ଷତବିକ୍ଷତ ହେବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସି ଟିଭି କ୍ୟାମେରା ଯାଞ୍ଚ କରି ଡକାୟତମାନଙ୍କର ଠାବ ପ୍ରକ୍ରିୟା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରାମାନଙ୍କର ସନ୍ଧାନ ମିଳିନଥିବା ଜଣାପଡିଛି।

କିନ୍ତୁ ଅନୁସନ୍ଧାନକୁ ଦୃତ କରାଯାଇଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ଗୋଟିଏ ଟିମ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି। ଲୁଟେରାଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବାଣପୁର ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଚୋରି ହୋଇଥିବା ମହିଳାଙ୍କ ବ୍ୟାଗରେ ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଏବଂ ଗୋଟିଏ ସ୍ମାର୍ଟ ଫୋନ ରହିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଥାଉକି ବାଣପୁର-ବାଲୁଗାଁ ଭଳି ଏକ ମୁଖ୍ୟ ରାସ୍ତାରେ ବ୍ୟାଙ୍କଟି ଥିବା ସ୍ଥଳେ ବ୍ୟାଙ୍କର ମୁଖ୍ୟ ଫାଟକ ଆଗରେ ସିସି ଟିଭି କ୍ୟାମେରା ନଥିବା ଏବଂ ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିବା ଦେଖାଯାଇଛି। ବ୍ୟାଙ୍କର ଯାବତୀୟ ଅସୁବିଧାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହା ଫଳରେ ଆଗକୁ ଯେ ଅନ୍ୟ କୌଣସି ଦୁର୍ଘଟଣା ନ ଘଟିବ ସେ କଥା କିଏ କହିବ।

ମାତିଲେ ଲୁଟେରା ଲକ୍ଷାଧିକ ଟଙ୍କା ସୁନା ଗହଣା
Share. Facebook Twitter LinkedIn Email WhatsApp Copy Link

Related Posts

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.