ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ୨୦ ଆହତ

Published: Apr 20, 2019, 11:29 am IST

କାନପୁରରେ ପୂର୍ବା ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଘଟିଥିବା ଏହି ଦୁର୍ଘଟଣାଟି ରୁମା ରେଳ ଷ୍ଟେସନ୍‌ ନିକଟସ୍ଥ ପ୍ରୟାଗରାଜ- କାନପୁର- ଦିଲ୍ଳକୀ ଗ୍ରାଣ୍ଡ କର୍ଡରେ ଘଟିଥିଲା। ଟ୍ରେନ୍‌ର ସମୁଦାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ ଟି ବଗି ଓଲଟି ପଡିଥିଲା। ଉତ୍ତର ପ୍ରଦେଶ ଡିଜି ଆନନ୍ଦ କୁମାର ଏହି ଖବର ଗଣମାଧ୍ୟମକୁ ଜଣାଇଛନ୍ତି। ରାତି ୧.୦୦ଟାରେ ହୋଇଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଆହତ ମାନଙ୍କୁ କାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଟ୍ରେନ୍‌ ଦ୍ବାରା ପଠାଯାଇଥିବା ଆନନ୍ଦ କୁମାର ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୁର୍ଘଟଣା ପୂର୍ବରୁ ଏକ ବିସ୍ଫୋରଣ ହୋଇଥିବା ଯାତ୍ରୀ ମାନେ କହିଛନ୍ତି। ଏନେଇ ତଦନ୍ତ ଜାରି ରହିଛି। ଏହା ସହିତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବର୍ତ୍ତମାନ ବାଧାପ୍ରାପ୍ତ ହୋଇଛି।

Related posts