Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ପରିଷଦ ପାଇଁ ଏୟାର୍ ହୋଷ୍ଟେଙ୍କ ନାମାଙ୍କନ
ଆଜିର ଖବର

ଜିଲ୍ଲା ପରିଷଦ ପାଇଁ ଏୟାର୍ ହୋଷ୍ଟେଙ୍କ ନାମାଙ୍କନ

January 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ଲୋକଙ୍କ ସେବା କରିବାର ଇଚ୍ଛା ନେଇ ରାଜନୀତି ମଇଦାନରେ ପାଦ ଥାପିଛନ୍ତି ଜଣେ ଏୟାର ହୋଷ୍ଟେସ୍ ଦିନେ ଆକାଶରେ ଉଡ଼ୁଥିବା ମୟୂରଭଞ୍ଜର ଝିଅ ଆଜି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଚାକଚକ୍ୟ ଭରା ସୌଖିନ ଜୀବନ ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ବିଜୟଲକ୍ଷ୍ମୀ ମହାନ୍ତା।

ଗତକାଲି ବିଜୟଲକ୍ଷ୍ମୀ ୩୧ ନମ୍ବର ଜୋନ୍ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜୟଲକ୍ଷ୍ମୀ ପ୍ରଥମେ ଇଣ୍ଡିଗୋ ବିମାନ ସେବାର ଏୟାର୍ ହୋସ୍ ଭାବେ କାର୍ଯ୍ୟରତ ଥିଲେ। ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ନିଜର ସୌଖିନ ଚାକିରିକୁ ପଛରେ ପକାଇ ଜନ୍ମମାଟିକୁ ଫେରିଛନ୍ତି। ବିଜାତଳା ବ୍ଲକ୍ ମୟୂରଭଞ୍ଜ ଜିଲ୍ଲାର ଏକ ପଛୁଆ ଅଞ୍ଚଳ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜିଯାଏ ଏଠିକା ଲୋକେ ବହୁ ମୌଳିକ ସୁବିଧାରୁ ବଞ୍ଚିତ।

ଗ୍ରାମଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା ଭଳି ଅନେକ ସମସ୍ୟା ରହିଛି। ଓଡ଼ିଶାରେ ୨୫ ବର୍ଷ ଧରି ସରକାର କାର୍ଯ୍ୟ କରୁଛନ୍ତି। ହେଲେ ଲୋକେ ଯୋଜନାର ଲାଭ ପାଉ ନାହାନ୍ତି ବୋଲି ବିଜୟଲକ୍ଷ୍ମୀ କହିଛନ୍ତି। ବିଜୟଲକ୍ଷ୍ମୀ ନାରୀ ସୁରକ୍ଷା ଓ ନାରୀ ଶିକ୍ଷାକୁ ପ୍ରାଥମିକତା ଦେଉଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଟିକେଟ୍‌ ପ୍ରଦାନ କରିଛି। ବିଜୟଲକ୍ଷ୍ମୀଙ୍କ ବୟସ ୨୮ବର୍ଷ। ୨୦୧୩ ମସିହାରେ ସେ ରାଇରଙ୍ଗପୁର ଉପଖଣ୍ଡର ପ୍ରଥମ ଝିଅ ଭାବେ ଏୟାର ହୋସ୍ ହୋଇପାରିଥିଲେ।

ବିଜୟଲକ୍ଷ୍ମୀଙ୍କ ବାପା ଜିତମୋହନ ମହାନ୍ତ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆଉ ମା’ ଚୂଡ଼ାମଣି ଜଣେ ସୁଗୃହିଣୀ। ବିଜୟଲକ୍ଷ୍ମୀଙ୍କ ଜେଜେବାପା ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ଆଇନଜୀବୀ। ସେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ତାଙ୍କ ଭଉଣୀ ମଧ୍ୟ ସମିତି ସଭ୍ୟ ଅଛନ୍ତି। ବିଜୟଲକ୍ଷ୍ମୀ କିଛିଦିନ ହେବ ଅକ୍ଷୟ ପରିଜାଙ୍କ ପ୍ରଯୋଜନା ସଂସ୍ଥାରେ ରହି ଜଣେ ସହ-ପ୍ରଯୋଜକ ଭାବେ ଓଡ଼ିଆ ଧାରାବାହିକରେ କାମ କରୁଛନ୍ତି।

ଜିଲ୍ଲା ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026
Latest News

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.